ଗ୍ରାମ୍ୟ ଗଣ୍ଡଗୋଳକୁ ନେଇ ଚିଲିକାରେ ଡଙ୍ଗା ବନ୍ଦ

ଚିଲିକା: ଗ୍ରାମ୍ୟ ବିବାଦରୁ ଚିଲିକାରେ ଅଟକିଲା ଡଙ୍ଗା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଗ୍ରାମ୍ୟ ଗଣ୍ଡଗୋଳକୁ ନେଇ ଚିଲିକାରେ ଡଙ୍ଗା ବନ୍ଦ କରାଯାଇଛି। ଫଳରେ ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଓ ୨୦ ବାଇକ୍ ଚିଲିକା ମଧ୍ୟରେ ଫସି ରହିଛନ୍ତି। ୩୫ ମୌଜାର ସାତପଡାରୁ ଜହ୍ନିକୁଦା ଆସିଥିବା ଦେଶୀ ଡଙ୍ଗାକୁ କୂଳକୁ ଆସିବାକୁ ଦେଉନଥିବା ଜଣାପଡିଛି। ସୂଚନା ଅନୁସାରେ ପଣାଯାତ୍ରା ଚାଲିଥିବା ସମୟରେ ଆଳୁପାଟଣା ଗାଁ ଏବଂ ତିତିପ ଗାଁ ଭିତରେ ଗଣ୍ଡଗୋଳ ହୋଇଥିଲା। ଯାହାକୁ କେନ୍ଦ୍ର କରି ଚିଲିକା ସାତପଡା ନିକଟରେ ଆଳୁପାଟଣାର କିଛି ଲୋକ ୩୫ ମୌଜା ପରିଚାଳନାର ସମ୍ପାଦକଙ୍କୁ ମାଡ ମାରିଥିଲେ। ଏହାର ପ୍ରତିବାଦରେ ୩୫ ମୌଜା ପରିଚାଳନା କମିଟି ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିଛି। ସକାଳୁ ସକାଳୁ ସାତପଡା ଦେଶୀ ଡଙ୍ଗାରେ ଜହ୍ନିକୁଦା ଆସୁଥିବା ଡଙ୍ଗାକୁ ନଛାଡିବାରୁ ଯାତ୍ରାବାହୀ ଡଙ୍ଗା ଚିଲିକା ମଝିରେ ଫସି ରହିଛି।