ଗଞ୍ଜାମ/ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଟାଟା ଗ୍ରୁପ୍ ତରଫରୁ ରଚନା ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ଅର୍ଦୁ ଆଦିତ୍ୟ (ଷଷ୍ଠ) ପ୍ରଥମ ସ୍ଥାନ, ସାଇନା ମିଶ୍ର (ଅଷ୍ଟମ) ଦ୍ୱିତୀୟ ସ୍ଥାନ, ରାଜ ନନ୍ଦିନୀ ପାଣିଗ୍ରାହୀ (ଷଷ୍ଠ) ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।ସେହିପରି ବରିଷ୍ଠ ବିଭାଗରେ ଶୁଭମ୍ ପାଢ଼ୀ (ନବମ) ପ୍ରଥମ ସ୍ଥାନ, ଆରାଧ୍ୟା ମଲିକ (ନବମ) ଦ୍ୱିତୀୟ ସ୍ଥାନ, ସୌନ୍ଦରିୟା (ନବମ) ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିବା ସହ ବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।