ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ ପ୍ରତିଯୋଗିତାରେ ଭୁବନେଶ୍ବର ମହାନଗର ନିଗମ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଭୁବନେଶ୍ବର ଫାଷ୍ଟ ଲୋଗୋ ଉନ୍ମୋଚନ କରିଛନ୍ତି BMC

ଭୁବନେଶ୍ବର:ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ବି.ଏମ.ସି. ପକ୍ଷରୁ ଜାରି ରହିଛି ଜୋରସୋର ଉଦ୍ୟମ। ଜାତୀୟ ସ୍ତରର ଏହି ପ୍ରତିଯୋଗିତା ସ୍ବଚ୍ଛତାକୁ ଯେତିକି ଗୁରୁତ୍ତ୍ବ ଦିଆଯାଉଛି ଜନମତ ସର୍ଭେ ଉପରେ ମଧ୍ୟ ସେତିକି ଗୁରୁତ୍ତ୍ବ ରହିଛି। ସହରବାସୀଙ୍କ ସହଭାଗିତା ଓ ସଚେତନତା ଜରୁରୀ ଥିବାରୁ ବି.ଏମ୍.ସି. ଏଥିପାଇଁ ନେଇଛି ନୂଆ ପଦକ୍ଷେପ।   ଭୁବନେଶ୍ଵରକୁ ବିଶ୍ୱର ନମ୍ବର ୱାନ୍ ସହର କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରୟାସରେ ଅନେକ ଯୋଜନା କାର୍ଯ୍ୟକାରି ହେଉଛି। ଏହାସହ ସହରକୁ ସବୁଜ ସୁନ୍ଦର୍ କରାଇବାକୁ BMC ମଧ୍ୟ ବିଭିନ୍ନ ପ୍ରାୟାସ କହୁଛନ୍ତି।

ଭୁବନେଶ୍ବରର ବିଭିନ୍ନ ଟିମ ଏଥିରେ ସହଯୋଗ କହୁଛନ୍ତି। ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ ପ୍ରତିଯୋଗିତାରେ ଭୁବନେଶ୍ବର ମହାନଗର ନିଗମ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଭୁବନେଶ୍ବର ଫାଷ୍ଟ ଲୋଗୋ ଉନ୍ମୋଚନ କରିଛନ୍ତି BMC। ଏହି ଲୋଗୋ ଉନ୍ମୋଚନ କରିବା ସହ କିପରି ହକି ବିଶ୍ବ ପରେ ମଧ୍ୟ  ସହରକୁ ସବୁବେଳ ପାଇଁ ସୁନ୍ଦର ଓ ସ୍ୱଚ୍ଛ ରଖାଯାଇ ପାରିବ ଏଥିପାଇଁ BMC ପକ୍ଷରୁ ସହରବାସୀଙ୍କ ସହଯୋଗ ଲୋଡିଛନ୍ତି। କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ପ୍ରତି ବର୍ଷ ରାଜ୍ୟ ଓ ସହରଗୁଡିକ ମଧ୍ୟରେ ସ୍ବଚ୍ଛତାକୁ ନେଇ ହେଉଛି ପ୍ରତିଯୋଗିତା।ଭୁବନେଶ୍ବର ଫାଷ୍ଟ ମାଧ୍ୟମରେ ଭୁବନେଶ୍ବର ସହରକୁ ସବୁ ଦିଗରୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ଡୋର ଟୁ ଡୋର ସଚେତନତା କାର୍ଯକ୍ରମ କରାଯିବ ସହ ସ୍ବଚ୍ଛ ସର୍ବେକ୍ଷଣରେ ଭଲ ରାଙ୍କ ପାଇବାକୁ ହେଲେ ରାଜଧାନୀବାସୀଙ୍କ ସହଭାଗିତା ଓ ଜନମତ ଜରୁରୀ ବୋଲି bmc ମେୟର ଏବଂ କମିସନର ସୂଚନା ଦେଇଛନ୍ତି।

ଭଞ୍ଜକଳା ମଣ୍ଡପରେ ଭୁବନେଶ୍ବର ଫାଷ୍ଟ ଲୋଗୋ ଉନ୍ମୋଚନ କାର୍ଯକ୍ରମ ରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର,  ବିଡ଼ିଏ ଉପାଧ୍ୟକ୍ଷ ବଲବନ୍ତ ସିଂ , ବିଏମ୍ସୀ କମିସନର ବିଜୟ ଅମୃତା କୁଲଙ୍ଗେ, ଅଟିରିକ୍ତ ପୋଲିସ କମିସନର ଉମା ଶଙ୍କର ଦାସ, ହେଲ୍ଥ ଆଣ୍ଡ ଏନଭାରମେଣ୍ଟ କମିଟି ର ଅଧକ୍ଷ ବିରଞ୍ଚି ନାରାୟଣ ମହାସୂପକାର ଙ୍କ ସମେତ ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ।