ଚାଲବୁଲ କରିପାରୁନଥିବା ଭୁବନେଶ୍ୱରବାସୀଙ୍କ ଟୀକା ପାଇଁ ବିଏମସିର ପଦକ୍ଷେପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସବାସ କରୁଥିôବା ଦୁରାରୋଗ୍ୟ ପୀଡିତ ତଥା ବିଛଣାରୁ ଉଠାବସା କରି ପାରୁ ନ ଥିବା ରୋଗୀଙ୍କ ପାଇଁ ଖୁସୀ ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ ବିଏମସି ଅଞ୍ଚଳରେ ରହିଥିବା ସମ୍ପୂର୍ଣ୍ଣ ଶଯ୍ୟାଶାୟୀ, ଚାଲବୁଲ କରି ପାରୁ ନ ଥିବା ଲୋକଙ୍କ ପାଇଁ ଟୀକା କରଣରେ ଗୁରୁତ୍ୱ ଦିଆଯାଇଛି । ଏପରି ଲୋକଙ୍କ ଯାତାୟାତ ସମ୍ଭବ ହେଉ ନ ଥିବାରୁ ଏମାନଙ୍କୁ ଘରେ ବିଏମସି ପକ୍ଷରୁ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିନେଇ ବିଏମସିର ସହାୟତା ନମ୍ବର ୧୯୨୯କୁ ଫୋନ କରି ସେମାନଙ୍କୁ ନାମ ପଞ୍ଜିକରଣ କରିବାକୁ ହେବ । ଏହା ପରେ ସେମାନଙ୍କ ଟୀକାକରଣ ପାଇଁ ବିଏମସି ପଦକ୍ଷେପ ନେବ ବୋଲି କୁହାଯାଇଛି ।
କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ତଥା ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷା ପାଇଁ ଟୀକାକରଣକୁ ପ୍ରାଧାନ୍ୟ ଦେଉଛି ବିଏମସି । ତେଣୁ ଅଚଳ ହୋଇପଡିଥିôବା ବ୍ୟକ୍ତିଙ୍କୁ ଟୀକା ଦେବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି ।