ଅତିରିକ୍ତ କମିଶନରଙ୍କୁ ମାଡ, ଭାଇରାଲ ହେଲା ଭିଡିଓ

ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଅଭିଯୋଗ  । ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି  । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଚାମ୍ବର ଭିତରେ ଟାଣିଆଣି ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ  । ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି  ।

ସେପଟେ ସାମ୍ନାକୁ ଆସିଛି ଆକ୍ରମଣ ବେଳର ଭିଡିଓ  । ଅତିରିକ୍ତ କମିଶନରଙ୍କୁ ମାଡ଼ର ଦୃଶ୍ୟ ପଦାକୁ ଆସିଛି  । ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟୁଛନ୍ତି କିଛି ଲୋକ  । ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାଡ଼ ମରାଯାଇଛି  । ତେବେ କିଏ ସେ ଆକ୍ରମଣକାରୀ ସ୍ପଷ୍ଟ କରିନି କମିଶନରେଟ୍‌ ପୋଲିସ  ।

ତେବେ ଆଜି ବିଏମସି ଅଫିସ ଚାମ୍ବରରେ ଜନ ଶୁଣାଣି ସମୟରେ ଅଫିସରେ ପଶି ଆକ୍ରମଣ କରିଛନ୍ତି କିଛି ଦଳୀୟ କର୍ମୀ । କଲର ଧରି ରତ୍ନାକର ସାହୁଙ୍କୁ ବାହାରକୁ ଘୋଷାଡ଼ି ଆଣିଲେ କିଛି ଲୋକେ। ମାଡ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏନେଇ ବିଏମସି ଅଫିସରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି  । ସେପଟେ ବିଜେଡି କର୍ପୋରେଟରଙ୍କ ସହ ବିଏମସି କର୍ମୀମାନେ ବିଏମସି ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି  ।