କେନ୍ଦୁଝର: ଗତ କାଲି ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସରେ ଶ୍ରାଦ୍ଧଞ୍ଚଳୀ ପୂର୍ବକ ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ସ୍ୱର୍ଗତ ବିଜୁବାବୁଙ୍କ ଫୋଟ ଚିତ୍ର ଉପରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ,ପାଟଣା ବ୍ଲକ ଅଧ୍ୟକ୍ଷ ସୁକାନ୍ତି ନାଏକ,ସାହାରପଡା ବ୍ଲକ ରିନା ନାଏକ, ଜିଲ୍ଲା କାର୍ୟ୍ୟକାରିଣୀ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଭଞ୍ଜଦେଓ

ତଥା ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବରିଷ୍ଠ ନେତା, କର୍ମୀ ମାନେ ଉପସ୍ଥିତ ରହି ପୁଷ୍ପ , ମାଲ୍ୟାର୍ପଣ, ଧୂପ,ଦୀପ,ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ତିରୋଧାନ ଶ୍ରାଦ୍ଧ ବାର୍ଷିକ ଅଵସରରେ ଓଡିଶା ରାଜ୍ୟର ଓଡ଼ିଆ ମାନଙ୍କ ପାଇଁ ସ୍ୱର୍ଗତ ବିଜୁବାବୁ ଜଣେ ଗୌରବ ନୀତିଆଦର୍ଶର ମଣିଷ ଥିବା ଉଚାରଣ ହୋଇଥିଲା ।