ରାଉରକେଲା : ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ଉପଲକ୍ଷେ ମୋ ପରିବାର ଓ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ସୁନ୍ଦରଗଡ ବୋର୍ଡ ଓ ରାଉରକେଲା ୟୁନିଟ ପକ୍ଷରୁ ମିଳିତ ଭାବେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ପ୍ରାୟ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରାଉରକେଲା ବୋର୍ଡ ପକ୍ଷରୁ ଆରଜିଏଚ ପରିସର ଓ ସୁନ୍ଦରଗଡ ବୋର୍ଡ ପକ୍ଷରୁ ସୁନ୍ଦରଗଡ ସରକାରୀ ଡାକ୍ତରଖାନାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଉଭୟ କାର୍ୟ୍ୟକ୍ରମରେ ସୁନ୍ଦରଗଡ ବୋର୍ଡର ଜିଲ୍ଲା ସଭାପତି କୁମାର ବେହେରା, ଉପସଭାପତି ତାରାଚାନ୍ଦ ପଟେଲ, ଯୁବ ସଭାପତି ରଂଜିତ ବୁଡା,ମହିଳା ସଭାନେତ୍ରୀ ଜୟନ୍ତୀ ଭୋଳ, ସାଧାରଣ ସଂପାଦକ ଗିରିଜା ପଟେଲ, ମହିଳା ଉପସଭାପତି ମନ୍ଦାକିନୀ ଘଡେଇ, ଯୁଗ୍ମ ସଂପାଦକ ଗାୟତ୍ରୀ ବନଛୁରୀ, କାର୍ୟ୍ୟକାରୀ ସଦସ୍ୟ ବରୁଣ ପ୍ରମୁଖ ସୁନ୍ଦରଗଡ ଠାରେ ଆୟୋଜିତ ଶିବିରରେ ସହଯୋଗ କରିଥିଲେ। ସେହିପରି ରାଉରକେଲା ସରକାରୀ ହସ୍ପିଟାଲରେ ଆୟୋଜିତ କାର୍ୟ୍ୟକ୍ରମରେ ସଭାପତି କୁମାର ବେହେରାଙ୍କ ସମେତ ରାଜ୍ୟ ଉପଦେଷ୍ଟା ଦେବେନ୍ଦ୍ର ବିଶ୍ବାଳ, ପଶ୍ଚିମ ଓଡିଶା ମହିଳା ସଭାନେତ୍ରୀ ସୁଭଦ୍ରା ପ୍ରଧାନ, ରାଉରକେଲା ବୋର୍ଡର କାର୍ୟ୍ୟକାରୀ ସଭାନେତ୍ରୀ ଗୌରୀ ନାଗ, ସାଧାରଣ ସଂପାଦିକା ପ୍ରମିଳା ବେହେରା, ସୁନ୍ଦରଗଡ ବୋର୍ଡ ସଦସ୍ୟ ବାସୁଦେବ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଆଇଜିଏଚର ଡାକ୍ତର ପଣ୍ଡିତ ସାହୁ, ବ୍ଲଡ ବ୍ୟାଙ୍କ ଅଧିକାରୀ ବିଜୟ କୁମାର ରାୟ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ, ଦୁଷ୍ମନ୍ତ ବେହେରା, ବୈକୁଣ୍ଠ ନାୟକ ଓ ବାସୁଦେବ ଦାସଙ୍କ ସମୟୋଚିତ ସାହାଯ୍ୟ ସହଯୋଗ ଫଳରେ କାର୍ୟ୍ୟକ୍ରମ ସଫଳ ହୋଇପାରିଥିଲା।