ପୂର୍ବତନ ସରପଞ୍ଚଙ୍କ ସ୍ମୁତିରେ ରକ୍ତଦାନ ଶିବିର ଅନୁଷ୍ଠିତ

ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତର ପୂର୍ବତ୍ତନ ସରପଞ୍ଚ ତଥା ସମାଜସେବୀ ସନାତନ ରାଉତଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ସନାତନ ରାଉତ ସ୍ମୁତି କମିଟି ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରୁ ମୋଟ ୭୩ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା। ସନାତନ ଙ୍କ ସୁପୁତ୍ର ତଥା ସମାଜସେବୀ ସତ୍ୟାନନ୍ଦ ରାଉତ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଯୁବକ, ଯୁବତୀ ମାନେ ରକ୍ତଦାନ କରିଥିଲେ । ଚାନ୍ଦବାଲି, ତିହିଡି, ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବିଶିଷ୍ଟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ବର୍ଗତ ସନାତନ ରାଉତ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ରାଉତ ଙ୍କ ପୁତ୍ର ସତ୍ୟାନନ୍ଦ ରାଉତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।