ହିଂଜିଳି ଥାନା ଅଧିକାରୀଙ୍କ ଉଦ୍ୟମରେ ଆମ ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର

ହିଞ୍ଜିଳି/ରଜନୀକାନ୍ତ ପାତ୍ର : ରକ୍ତ ଅଭାବ କାରଣରୁ ଯେମିତି କେହି ବି ମୃତ୍ୟୁ ମୁଖରେ ନପଡନ୍ତି ଓ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତର ଅଭାବ ପୂରଣ କରିବା ପାଇଁ ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଆମ ପୋଲିସ ସମିତି ଆଜି ହିଂଜିଳି ଥାନା ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ କରିଥିଲେ । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଂଜିଳି ପୌରପରିସଦର ପୌରଦକ୍ଷ ସୁବାସ ପଲେଇ, ସଂମାନୀୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ,ଡିଆରଏ ପ୍ରତିନିଧି ଶରତ ମହାପାତ୍ର,ଏସଡିପିଓ ଉମା ଚରଣ ସିଂ, ପୌରପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ ଜେନା, ବିଜେଡି ନଗର ଯୁବ ସଭାପତି ସଞ୍ଜୟକୁମାର ପଣ୍ଡା ବ୍ଲକ ଯୁବ ସଭାପତି ମନୋଜ ସାବତ,ହିଂଜିଲିକାଟୁ ପ୍ରେସ କ୍ଲବ ସଭାପତି ଦ୍ବିତୀକୃଷ୍ଣ ସାବତ, ପ୍ରକାଶ ସ୍ୱାଇଁ, ଦେବନନ୍ଦ ମହାପାତ୍ର, ଆମ ଓଡ଼ିଶା ସଂଯୋଜକ ବସନ୍ତ ପଣ୍ଡା ସମେତ ପୌରପରିସଦର ସମସ୍ତ କାଉନସିଲର ଓ ସମସ୍ତ ସରପଂଚ, ତ୍ରିରଙ୍ଗା ସେବା ସମିତିର ସମସ୍ତ ମେମ୍ବର, ପୋଲିସ ଷ୍ଟାଫ ସମେତ ବହୁ ମାନ୍ୟଗଣ୍ୟ ଲୋକ ଏହି ମହତ୍ କାର୍ଯ୍ୟରେ ଯୋଗ ଦାନ କରି ରକ୍ତଦାତାଙ୍କୁ ସହଯୋଗ କରିଥିଲେ । ଶିକିରି ଗ୍ରାମର ଦୁଇ ଜଣ ବିବ୍ୟଙ୍ଗ ଯୁବକ ସୁଶାନ୍ତ ନାହାକ, ନିକୁଞ୍ଜ ସ୍ୱାଇଁ ରକ୍ତଦାନ କରି ଉଦାହରଣ ପାଲଟିଥିଲେ।ଶତାଧିକ ଲୋକେ ରକ୍ତଦାନ ଶିବିରରେ ରକ୍ତ ଦାନ କରିବାପାଇଁ ଆଗ୍ରହର ସହକାରେ ଶାନ୍ତି ଶୃଙ୍ଖଳା ର ସହ ରକ୍ତ ଦାନ କରିଥିଲେ। ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର ବିଶେଷଜ୍ଞ ଦଳ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।