କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବାକୁ ଅନୁରୋଧ

ଭୁବନେଶ୍ୱର: ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା ତଥା ସମସ୍ତ ଜିଲ୍ଲା ସଭାପତି ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ମୁଖ୍ୟତଃ ବର୍ତ୍ତମାନ ସମୟରେ କୋରନା ମହାମାରୀ ନିମନ୍ତେ ରାଜ୍ୟବ୍ୟାପୀ କିପରି ରକ୍ତ ଅଭାବ ନ ଦେଖାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତଥା ବର୍ତ୍ତମାନ ୧୮ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି ଏବଂ ଟୀକାକରଣ କରିଥିବା ବ୍ୟକ୍ତି ରକ୍ତଦାନ କରିପାରିବ ନାହିଁ ଏଣୁ ବିଜୁ ଛାତ୍ର ଜନତା ଦଳ ସମ୍ପୂର୍ଣ୍ଣ ଭାବେ ଏଥିପ୍ରତି ତତ୍ପରତା ପ୍ରକାଶ କରି ନିଜର ପ୍ରତେକ କର୍ମକର୍ତ୍ତା କୁ ଏଥିପ୍ରତି ସଚେତନ କରାଇବା ସହ ପ୍ରତ୍ୟେକ୍ କର୍ମକର୍ତ୍ତାଙ୍କୁ କୋଭିଡର ସମସ୍ତ ଗାଇଡ୍ ଲାଇନ୍ ମାନି ନିଜ ନିଜ ଅଞ୍ଚଳରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାକୁ ଅନୁରୋଧ କରାଯାଇଛି। ତତ୍ ସହିତ ବର୍ତ୍ତମାନ ସମୟରେ କୋରନା ମହାମାରୀର ଯେଉଁ ଭୟାବହତା ଦେଖାଦେଇଛି ଏହାକୁ ଲକ୍ଷ କରି ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ସଚେତନ କରାଇବା ସହ ନିଜ ପରିବାର ଓ ନିଜ ଅଞ୍ଚଳ ପାଇଁ ଥିବା ସାମାଜିକ କର୍ତ୍ତବ୍ୟକୁ ସୁଚାରୁରୂପେ ତ୍ଵରାନିତ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି।
ଏହି କାର୍ୟ୍ୟକ୍ରମରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଭାପତିତ୍ବ କରିଥିଲାବେଳେ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏବଂ ବିଜୁ ଜନତା ଦଳର ଆଇଟି ସଂଯୋଜକ ସୁବ୍ରତ ଛାଟୋଇ ପ୍ରମୁଖ ଉକ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି କାର୍ୟ୍ୟକ୍ରମ ଅବସରରେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହି କୋରାନା ମହାମାରୀ ସମୟରେ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକଟି କର୍ମୀ ସଜାଗ ପ୍ରହରୀ ରୂପେ କାର୍ୟ୍ୟ କରିବେ। ଏହା ସହ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମସ୍ତ କୋଭିଦ ଗାଇଡଲାଇନକୁ ମାନି ରକ୍ତଦାନ ଓ ଜୀବନବିନ୍ଦୁ କାର୍ୟ୍ୟକ୍ରମକୁ ବ୍ୟାପକ ଭାବେ ତ୍ଵରାନିତ କରାଯିବା ସହ କୋରାନ ମହାମାରୀ କୁ ପ୍ରତିହତ କରିବା ପର୍ୟ୍ୟନ୍ତ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକଟି କର୍ମକର୍ତ୍ତା ନିଜ ସାମାଜିକ ଦାୟିତ୍ଵକୁ ସୁଚାରୁ ରୂପେ ତୁଲାଇବାକୁ ମୋର ଅନୁରୋଧ।