ଉଦଯାପିତ ହେଲା ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଖେଳପଡ଼ିଆ ଠାରେ ଉଦଘାଟିତ ହୋଇଥିବା ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ମିନିଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଛି I ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ଦ୍ୱାରା ଏହି କ୍ରୀଡା ଉତ୍ସବ ଚାରିଦିନ ଧରି ବ୍ଲକ ର ଗୋଛାପଡା ଓ ନୂଆପାଦର ଖେଳପଡ଼ିଆ ରେ ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା I ତେବେ ବ୍ଲକ ରେ କାର୍ଯ୍ୟରତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଣି ଇପ୍ସିତା ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନୁମାନଙ୍କ ମଧ୍ୟ୍ୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରେଶ ପ୍ରସାଦ ରଥ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଦ୍ୱାରିକାନାଥ ପ୍ରଧାନ, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାଏକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସୁମନ୍ତ ଉଠାଣ ସିଂ,ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ନୂଆପଦର ସରପଞ୍ଚ ଭବାନୀ ଶଙ୍କର କହଁର,ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଙ୍କ ସହ ବାନ୍ଧଗଡ଼ ହାଇସ୍କୁଲ ର ଖେଳ ଶିକ୍ଷକ ପ୍ରଦୀପ କୁମାର ସାହୁ, ନୂଆପାଦର ହାଇସ୍କୁଲ  ଖେଳଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ମହାନ୍ତି, ଗୋଛାପଡା ର ସତ୍ୟନାରାୟଣ ମୁଖି, ଲୋଇସିଂ ର ସଂଗୀତା ମଳିକ, ଡ଼ିମିରିଗୁଡା ର କୁସୁମଳତା ପ୍ରଧାନ ପ୍ରମୁଖ ନୋଡାଲ ଖେଳ ଶିକ୍ଷକ ଭାବରେ କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିବା ବେଳେ ବ୍ଲକ ର ସମସ୍ତ ବିଦ୍ୟଳୟ ର ଖେଳ ଶିକ୍ଷକ ମାନେ ମିକିମିଶି ପରିଚାଳନା କରିଥିଲେ I ତିନିଦିନ ଧରି ଏହି କ୍ରୀଡା ଉତ୍ସବ ରେ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ସହ ବିଭିନ୍ନ କ୍ଳବ ର ମହିଳା ଓ ପୁରୁଷ ଖେଳାଳି ମାନଙ୍କ ମଧ୍ୟରେ ଶହେ, ଦୁଇସହ, ଚାରିସହ, ଆଠ ସହ, ପନ୍ଦର ସହ ଦୌଡ ପ୍ରତିଯୋଗିତା, ଡିସ୍କସ, ସତଫୁଟ, ହଇଜମ୍ପ, ଲଙ୍ଗଜାମ୍ପ, ଖୋକୋ, କବାଡି, ଭଲିବଳ, ଫୁଟବଲ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା, ତିନି ଦିନ ଧରି ଏହି ପ୍ରତିଯୋଗିତା ମାନଙ୍କରେ ପ୍ରାୟ ପାଞ୍ଚସହ ରୁ ଅଧିକ ଖେଳାଳି ଭଗନେଇଥିବା ବେଳେ ବିଭିନ୍ନ ଖେଳପଡିଆରେ ଅନୁଷ୍ଠିତ ହୋଇଥିବା ଫୁଟବଲ ପ୍ରତିଯୋଗିତାରେ ପ୍ରାୟ ସତେଇଶି ଟି ଫୁଟବଲ ଟିମ ଭଗନେଇଥିବା ବେଳେ ଫିରିଙ୍ଗିଆ ଖେଳଡିଆରେ ଜିପିଟି ଷ୍ଟାର ଗୋଛାପଡା ଓ ନେତାଜୀ କ୍ଳବ ନୂଆପାଦର ଫୁଟବଲ କ୍ଳବ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା I ଏହି ଖେଳରେ ନୂଆପଦର କୁ ଏକ ଶୂନ ଗୋଲ ରେ ହରାଇ ଗୋଛାପଡା ଚାମ୍ପିୟନ ହୋଇଥିଲା I ଖେଳକୁ ଖେଳସିକ୍ଷକ ସତ୍ୟନାରାୟଣ ମୁଖି ଙ୍କ ସହ ତାଣ୍ଡେଶ୍ୱର କହଁର ଓ ଅନ୍ୟମାନେ ପରିଚଲାନା କରିଥିଲେ I ଅନ୍ୟପଟେ ଉଦଯାପନୀ ଉତ୍ସବରେ ବ୍ଲକ ପ୍ରଶାସନ ତରଫରୁ କୃତି ଛାତ୍ର ଛାତ୍ରୀ ଓ ଫୁଟବଲ ଖେଳରେ ବିଜେତା ଓ ଉପ ବିଜେତା ଦଳକୁ ବ୍ଲକ ପ୍ରଶାସନ ତରଫରୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା I ତେବେ ତିନିଦିନ ଧରି ହୋଇଥିବା ଏହି ଉତ୍ସବ ରେ ବହୁ ଅବ୍ୟବସ୍ଥା ଦେଖା ଦେଇଥିଲା I ବ୍ଲକ ପ୍ରଶାସନ ର ଅବହେଳା ପାଇଁ ଦୁରଦୂରାନ୍ତରୁ ଆସିଥିବା ଖେଳାଳି ଓ କ୍ରୀଡା ଶିକ୍ଷକ ମାନଙ୍କ ପାଇଁ ଖାଦ୍ୟପେୟ ର ବ୍ୟବସ୍ତା ଠିକ ହୋଇ ପାରିନଥିବାରୁ ଖେଳାଳି ଓ କ୍ରୀଡା ଶିକ୍ଷକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ I