ବ୍ଲକସ୍ତରୀୟ ବିଜ୍ଞାନମେଳା,  ଜିଲ୍ଲାକୁ ୬ଟି ପ୍ରକଳ୍ପ ମନୋନିତ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳୁ ଜିଲ୍ଲା କଣିହାଁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା୨୦୨୨ ଚଳିତ ବର୍ଷ କଣିହାଁ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ୍ସ୍ତରୀୟ  ବିଜ୍ଞାନ ମେଳାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟଅତିଥି, କଣିହାଁ କଲେଜ ପଦାର୍ଥ ବିଜ୍ଞାନବିତ୍ ତଥା ସୁଗାୟକ ମୁଖ୍ୟବକ୍ତା ସତ୍ୟନାରାୟଣ ପରିଡା ଏବଂ ଜିଲ୍ଲାପରିଷଦ ଉପାଧକ୍ଷା ରଶ୍ମିତା ସେଠି, ୯ନଂ ଜିଲ୍ଲାପରିଷଦ ସଭ୍ୟ ରଂଜନ କୁମାର ସାହୁ, କଣିହାଁ ସରପଂଚ ରଂଜିତା ବେହେରା, ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ମଙ୍ଗୁଳୁ ଚରଣ ପ୍ରଧାନ, ପ୍ରାକ୍ତନ ପ୍ରଧାନଶିକ୍ଷକ ରାଜକିଶୋର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ

ବିଜ୍ଞାନକୁ କିପରି ଲୋକଙ୍କ କଲ୍ୟାଣ ନିମନ୍ତେ ବିନିଯୋଗ କରାଯାଇପାରିବ ସେନେଇ ମୁଖ୍ୟଅତିଥି ତଥା ତାଳଚେର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ମତବ୍ୟକ୍ତ କରିଥିଲେ ଉଚ୍ଚବିଦ୍ୟାଳୟ ସ୍ତରରେ ବିଜ୍ଞାନ ପ୍ରକଳ୍ପରେ କିପରି ସ୍ଵଳ୍ପ ଅର୍ଥ ବିନିଯୋଗରେ ପ୍ରକଳ୍ପ ଉଚ୍ଚପ୍ରଶଂସିତ ହୋଇପାରିବ ସେଥିପାଇଁ ବର୍ଷ ଆରମ୍ଭରୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମନୋନିବେଶ କରିବା ପାଇଁ ମୁଖ୍ୟବକ୍ତା ଅଧ୍ୟାପକ ଶ୍ରୀ ପରିଡା ମତବ୍ୟକ୍ତ କରିଥିଲେ

ଅପରାହ୍ନରେ ବିଜ୍ଞାନ ମେଳାର ଉଦ୍ଯାପନୀ ଉତ୍ସବରେ ପାଳଲହଡା ବିଧାୟକ ମୁକେଶ କୁମାର ପାଳ ମୁଖ୍ୟଅତିଥି, ରସାୟନିକ ବିଜ୍ଞାନବିତ୍ କୁମାର ସାହୁ ମୁଖ୍ୟବକ୍ତା , କଣିହାଁ ବ୍ଲକ୍ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ବ୍ଲକ ଉପାଧକ୍ଷା ଜୟନ୍ତୀ ସାହୁ, ଗୋଷ୍ଠି ଶିକ୍ଷା ଅଧିକାରୀ ଗଣେଶ୍ୱର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ

କଣିହାଁ ପିଏମ୍ ହାଇସ୍କୁଲ ପ୍ରଧାନଶିକ୍ଷକ ଦାଶରଥି ଜେନା ଅଧକ୍ଷତା କରିଥିବା ବେଳେ ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ଅତିଥି ପରିଚୟ ସଂଜଜୋନା  ଦାୟିତ୍ବ ତୁଲାଇ ଥିଲେ ବ୍ଲକ୍ ସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୮୪ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ ସେଥିମଧ୍ୟରୁ ୬ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ଚୟନ କରାଯାଇଥିଲା ସୁଜନ ରାଉଳ, ସର୍ବେଶ୍ବର ଗଡନାୟକ, ପ୍ରତିଭା ବେହେରା, ଶ୍ରୀୟା ସାହୁ, ଯଶୋବନ୍ତ ପ୍ରଧାନ, ଆଶୁତୋସ କେଶରୀ ପ୍ରମୁଖ ଛାତ୍ରଛାତ୍ରୀ ମନୋନିତ ହୋଇଥିବା ଜଣାପଡିଛି

ଏନଟିପିସି ପକ୍ଷରୁ ଟେଣ୍ଡ୍, ସାଉଣ୍ଡ, ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ଭୀମସେନ୍ସାମଲ, ଦିଲ୍ଲିପ୍ କୁମାର ପ୍ରଧାନ, ଅମିତା ଦେହୁରୀ, ଚୌଧୁରୀ ସୁନା,  ସନ୍ତୋଷିନି ସାହୁ, ପଙ୍କଜିନି ପ୍ରଧାନ, କୁଳମଣି ସାମଇ, ପ୍ରଶାନ୍ତ ବେହେରା, ମଳୟ ଚରଣ ପରିଡା, ରୋହିତ କୁମାର ପ୍ରଧାନ, ବିନାୟକ ପ୍ରଧାନ, କୁଳମଣି ସାହୁ ପ୍ରମୁଖ ଶିକ୍ଷକ/ଶିକ୍ଷୟତ୍ରୀ  ଉତ୍ସବରେ ସହଯୋଗ କରିଥିଲେ