କାଲିମେଳା(ସୂର୍ଯ୍ୟକାନ୍ତ ବେହେରା) : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଦିବ୍ୟାଙ୍ଗଙ୍କ ନିମନ୍ତେ ସହାୟତା ଉପକରଣ ନିର୍ଦ୍ଧାରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କାଲିମେଳା ପଞ୍ଚାୟତ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକର ୨୩ ଗ୍ରାମ ପଞ୍ଚାୟତକୁ ନେଇ ଏହି ଶିବିର ଆୟୋଜିତ ହୋଇଥିବା ବେଳେ ଶତାଧିକ ଲୋକ ବିଦ୍ୟାଳୟ ପରିସରରେ ଏକତ୍ରିତ ହୋଇଥିଲେ ।
ଆଜିର ଏହି ଶିବରରେ ମୋଟ ୪୬୫ ଜଣ ଲୋକମାନଙ୍କ ନାମ ପଞ୍ଜିକୃତ କରାଯାଇ ଉପସ୍ଥିତ ଡାକ୍ତରଙ୍କ ଦ୍ୱାରା ଦିବ୍ୟାଙ୍ଗ ଏବଂ ଭତ୍ତା ପାଇବା ଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବିଡିଓ ଉମାଶଙ୍କର ଦଳାଇ ବ୍ଲକ ଅଧ୍ୟକ୍ଷ ମାଲା ମାଢି, ଡିଏସଏସଓ ରାଧାମଣି ଦଳାଇ, ସିଡିପିଓ ଅନ୍ନପୁର୍ଣ୍ଣ ବୁରୁଦା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ । ବିଏସଏସଓ ଦେଶ କାମରାମ, ବିଭାଗୀୟ କିରାଣୀ ରାଜିବ ପୁଜାରୀ ପରିଚାଳନା କାର୍ଯ୍ୟକ୍ରମକୁ କରିଥିଲେ । ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର, ସରପଞ୍ଚ, ପିଇଓ, ଜିଆରଏସଙ୍କ ସମେତ ଶିକ୍ଷକମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । କଟକରୁ ଏକ ଡାକ୍ତରୀ ଟିମ ଆସି ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିଥିଲେ ।