କୁନ୍ଦୁରା /ହର୍ଷ ବେହେରା : କୁନ୍ଦୁରା ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଦ୍ଵାରା ବ୍ଲକ ସ୍ତରୀୟ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମଟି କୁନ୍ଦୁରା ବ୍ଲକ ସଦର ସ୍ଥିତ ଶାସ୍ତ୍ରୀ ମୈଦାନ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାଂସଦ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ l ଅନ୍ୟ ଅତିଥି ମାନେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ -ରାଧାବିନୋଦ ସାମନ୍ତରାୟ, ବ୍ଲକ ଚେୟାରମ୍ୟାନ ରାଜେଶ୍ୱରୀ ପରଜା, ବିଶାରଦ ସଭ୍ୟ – ସୂର୍ଯ୍ୟ ନାରାୟଣ ରଥ, ଵି ଜେ ଡି ବ୍ଲକ ସଭାପତି – ବୃନ୍ଦାବନ ମଳିକ ଏବଂ ମୁକ୍ତା ଯଜନା ଉପଦେଷ୍ଠା – ମୀରା ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ l କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ୧୨ ଟି ଜନଜାତିକୁ ସେମାନଙ୍କ ପାରମ୍ପରିକ ନୃତ୍ୟକୁ ବଞ୍ଚାଇ ରଖିବା ନିମନ୍ତେ ଆବଶ୍ୟକ ଭେଷ ଭୂଷା ଓ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଉଛି l ଏହା ଦ୍ବାରା ଆଦିବାସୀ ମାନଙ୍କ ପାରମ୍ପରିକ କଳା ଓ ସଂସ୍କୃତି ବଞ୍ଚି ରହିବ l ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଆଉ ଏକ ପଦକ୍ଷେପ ହେଉଛି l ଏହି ସ୍ଵତନ୍ତ୍ର ଯୋଜନା ଦ୍ୱାରା ଗାଁ ଦେବୀ, ଗୁଣ୍ଡି ମନ୍ଦିର ଆଦିର ଉନ୍ନତିକରଣ ଆଦି କାର୍ଯ୍ୟ ହୋଇପାରୁଛି l ଯାହା ଦ୍ୱାରା ଅଞ୍ଚଳରେ ଥିବା କଳା ସଂସ୍କୃତି ଓ ଦେବା ଦେବୀ ପିଠ ଗୁଡ଼ିକର ବିକାଶ ହୋଇପାରିବ ବୋଲି କହିଛନ୍ତି l ବ୍ଲକ ର ବିଭିନ୍ନ ଅଞ୍ଚଳରୁ 12 ଟି ସଙ୍କୀର୍ତ୍ତନ ମଣ୍ଡଳୀ ଓ 11 ଟି ସାଂସ୍କୃତିକ ନୃତ୍ୟ ଦଳକୁ ଆବଶ୍ୟକ ପୋଷାକ, ବାଦ୍ୟଯନ୍ତ୍ର ଆଦି ପ୍ରଦାନ କରାଯାଇଥିଲା l