ଅକ୍ସିଜେନ କଳାବଜାରୀରେ ଗଣମାଧ୍ୟମ ସଂସ୍ଥା

ପାଟନା: ସାରା ଦେଶରେ ଅକ୍ସିଜେନର ଘରୋ ସଂକଟ ଭିତରେ ହଜାର ହଜାର ରୋଗୀଙ୍କ ଜୀବନ ଯାଉଛି । ଅକ୍ସିଜେନର ଡିମାଣ୍ଡକୁ ଦେଖି ଏହାର କଳାବଜାରୀ ଜୋର ଧରିଛି । ସବୁଠାରୁ ବଡ କଥା ହେଲା ଏକ ନ୍ୟୁଜ ପୋର୍ଟାଲ ଅଫିସରରେ ହେଉଥିବା ଅକ୍ସିଜେନ କଳାବଜାରୀର ପର୍ଦ୍ଦାଫାସ କରିଛି ପୁଲିସ ।
ପାଟନାର ଆନନ୍ଦପୁରୀ ଅଞ୍ଚଳରେ ଏକ ନ୍ୟୁଜ ପୋର୍ଟାଲ ଅଫିସରେ ଅକ୍ସିଜେନ୍ ସିଲିଣ୍ଡର ଏକାଠି ରଖି ତାକୁ ଅଧିକ ଦାମ୍‌ରେ ବିକ୍ରି କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ଚଢାଉ କରିଥିଲା । ପୁଲିସ ଅପରାଧିମାନଙ୍କୁ ଗିରଫ କରିଛି । ପୁଲିସ ଚଢାଉ କରି ୬୦ଟି ଅକ୍ସିଜେନ ସିଲିଣ୍ଡର ଜବତ କରିଛି ।