ତହସିଲ କାର୍ୟ୍ୟାଳୟ ଆଗରେ ବିଜେପି ମୌନ ସତ୍ୟାଗ୍ରହ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର)- ରାଜ୍ୟରେ କ୍ଷମତା ନିଶାରେ ବିଜେଡିର ଅହଂକାର ଯେତିକି ବଢୁଛି ତାଠାରୁ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛିବୋଲି ବିଜେପି ପକ୍ଷରୁ ଅଅଅୟୋଜିତ ମୈାନବ୍ରତରେ ଅଭିଯୋଗ ହୋଇଛି ।ନିକଟରେ ଚିଲିକାର ବାହୁବଳୀ ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡି ଚଢେଇ ଲୋକଙ୍କୁ ମରଣାତ୍ମକ ଆକ୍ରମଣ କୁ ନିନ୍ଦା କରିଛି ଅନୁଗୁଳ ଜିଲ୍ଲା ବିଜେପି । ଏହାକୁ ପ୍ରତିବାଦ କରିବା ସହ ସୋମବାର ଏକ ମୌନ ସତ୍ୟାଗ୍ରହ ଅନୁଗୁଳ ତହସିଲ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ରାଜ୍ୟରେ ଦୀର୍ଘ ଦିନ ବିଜେଡି ସରକାରରେ ରହିବା ପରେ କ୍ଷମତା ନିଶାରେ ଅହଙ୍କାରୀ ହୋଇଯାଇଛି ବୋଲି ବିଜେଡିକୁ ସମାଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, , ଗୋପାଳ ଦାସ କମଳ କାନ୍ତ ସାହୁ ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ସାମିଲ ଥିଲେ । ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) କଣିହାଁ ଆଂଚଳିକ କମିଟି ପକ୍ଷରୁ ଏନ.ଟି.ପି.ସି ବାଇପାସ ଛକ ଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଅପରାଧୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିଧାୟକ ପଦକୁ ଅବିଳମ୍ବେ ରଦ୍ଦ କରି ତୁରନ୍ତ ଗିରଫ କରିବା ସହିତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା, ଗାଡି ଚାପାରେ ଆହତ ଜନସାଧାରଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ସହିତ କ୍ଷତିପୂରଣ ପ୍ରଦାନ କରିବା ସହ ରାଜନୈତିକ ଦଳମାନଙ୍କ ଦ୍ଵାରା ରାଜନୀତିରେ ଅପରାଧୀକରଣକୁ ବନ୍ଦ କରିବା ଦାବିରେ କର୍ମୀମାନେ ପିକେଟିଂ କରି ପ୍ରତିବାଦ ଜଣାଇଥିଲେ । ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) କଣିହାଁ ଆଞ୍ଚଳିକ କମିଟି ସଂପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ସେହିପରି ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି ସଦସ୍ୟ ଜୟସେନ ମେହେର ଓ ଜିଲ୍ଲା କମିଟି ସଂପାଦକ ଭିକାରୀ ପ୍ରଧାନ ଏହି ପ୍ରତିବାଦ ସଭାରେ ଯୋଗ ଦେଇ ଅପରାଧୀ ଚିଲିକା ବିଧାୟକଙ୍କ ଏଭଳି ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିବା ସହିତ ବିଧାୟକଙ୍କୁ ଅବିଳମ୍ବେ ଗିରଫ କରି ଉଚିତ ଶାସ୍ତ୍ରୀ ଦେବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସୀ ସ୍ଵାଇଁ , ହେମନ୍ତ କ୍ଷେତ୍ରୀ , ଅବନୀ ମହାପାତ୍ର ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇ ଦାବି କରିଥିଲେ ।