ଭୁବନେଶ୍ୱର : ବିଧାୟକ ଦଳ ବୈଠକରେ ବିଧାନସଭା ରଣନୀତି ନେଇ ଆଲୋଚନା ହୋଇଛି । ଯେଉଁଥିରେ ପଶ୍ଚିମ ଓଡିଶାର ଚାଷୀଙ୍କ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି କାରଣରୁ ଫସଲ ବୀମା ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ, ମଣ୍ଡି ଅବ୍ୟବସ୍ଥା, କଟଣି ଓ ଛଟଣି ଭଳି ପ୍ରସଙ୍ଗକୁ ବିଜେପି ମୁଖ୍ୟ ମୁଦ୍ଦା କରିବ ।
ଅର୍ଚ୍ଚନା ନାଗ ପ୍ରସଙ୍ଗରେ ରାଜ୍ୟ ପୋଲିସର ନିଷ୍କ୍ରିୟତା,ଏବଂ ବଡବଡିଆଙ୍କୁ ଖସାଇ ଦେବାକୁ ଚେଷ୍ଟା ବିଷୟ ସମେତ ଦାଦନ ସମସ୍ୟା, ମନରେଗା ଦୁର୍ନୀତି, ଠିକା ନିଯୁକ୍ତି ଓ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ଉଠାଇବ ବିଜେପି । ସେହିପରି ସପ୍ଲିମେଣ୍ଟାରି ବଜେଟ ଆଗତ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷର ବଜେଟରୁ 45 ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇନାହିଁ ଏବଂ ଲୋକୟୁକ୍ତ ପ୍ରସଙ୍ଗକୁ ବିଜେପି ଉଠାଇବ । ଭିସି ଜରିଆରେ ବିଧାୟକ ମାନେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ବିଜେପି ଜୋରଦାର ବିରୋଧ କରିବ । ଏହି ସବୁ ପ୍ରସଙ୍ଗକୁ ସରକାରଙ୍କୁ ଘେରିବାକୁ ବିଜେପିର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି ।