ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରାଯାଇଛି। ରାଜ୍ୟ ବିଜେପିର ଯୁବ ମୋର୍ଚ୍ଚା ସଭାପତି ଇରାଶିସ ଆଚାର୍ଯ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏ ବାବଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏହାଛଡା ୨୨ ବର୍ଷର ସରକାରଙ୍କୁ ୨୨ଟି ପ୍ରଶ୍ନ ପଚରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ସମ୍ପର୍କରେ ରାଜ୍ୟ ସରକାର ଜବାବ ରଖିବେ କି ? ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ଓ ଜାଗା ମିଶନ ଏକ ପ୍ରହଶନ ନୁହେଁ କି ? ସୀମାବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ କାହିଁକି ? ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥାରେ ସରକାର ଉତ୍ତର ରଖିବେ କି? ଅପପୃଷ୍ଟି ଓ ଶିଶୁ ମୃତ୍ୟୁହାରରେ ଓଡି଼ଶା କାହିଁକି ଆଗରେ ରହିଛି। ଓଡିଶା ଦାରିଦ୍ର ସୀମା ରେଖା ତଳେ କାହିଁକି ? ରାଜ୍ୟରେ ସ୍ୱାସ୍ଥ୍ୟାବସ୍ଥାରେ ଦୂରାବସ୍ଥା କାହିଁକି ? ମହିଳା ଓ ଶିଶୁ ସୁରକ୍ଷାରେ କାହିଁକି ପଛରେ ରହିଛି। ଏହିଭଳି ଭାବେ ଶ୍ରୀ ଆଚାର୍ଯ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବିଜେପିର ଅଭିଯୋଗ ଭିତ୍ତିହୀନ ଓ ଅନ୍ତଃସାର ଶୂନ୍ୟ ବୋଲି କହିଛନ୍ତି।