ନବରଙ୍ଗପୁର / ଟୁକୁନା ଖୁରା, ଲଳିତ ସୁନାନୀ : ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କ ପ୍ରତିନିଧି ଓ ଝରିଗାଁ ବିଧାୟକ ନରସିଂ ଭତ୍ରାଙ୍କ ପ୍ରତିନିଧି ମଧ୍ୟରେ ଗତ ଦୁଇଦିନ ପୂର୍ବରୁ ଚନ୍ଦାହାଣ୍ଡି ବ୍ଳକ୍ ସାମ୍ନାରେ ହାତାହାତି ପରିସ୍ଥିତି ଦେଖାଦେଇ ଥିଲା।ଉକ୍ତ ଘଟଣା କୁ ନେଇ ଦୋକାନ ବଜାର ରାସ୍ତା ଘାଟବନ୍ଦ ରଖା ଯାଇଥିଲା। ଚନ୍ଦାହାଣ୍ଡି ବ୍ଲକ ବିଜେପି ବିଧାୟକ ପ୍ରତିନିଧି ବାଘଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସାଂସଦ ବଳଭଦ୍ର ମାଝୀଙ୍କ ଫୋଟୋକୁ ଦଳୀୟ ପୋଷ୍ଟର ରୁ ହଟାଇଦେଲେ ଦଳୀୟ କର୍ମୀ ଓ ଗଣ୍ଡା ସମାଜର ସମାଜ ପ୍ରେମୀ ।ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ମୋବାଇଲ କୁ ମୋବାଇଲ ଘୁରି ବୁଲିଛି। ଏହି ଘଟଣା କୁ ନେଇ ଆଗାମୀ ଦିନରେ ଜବାବ୍ ଦିଆ ଯିବ ବୋଲି ବିଧାୟକ କର୍ମୀ ମାନେ କହିଛନ୍ତି।