ପୁରୀ ବିଜେପିର ସାମ୍ବାଦିକ ସମ୍ମିଳନୀ

ଗୋପ/ଜୟନ୍ତ କୁମାର ସେଠୀ: ଦୀର୍ଘ ୨ବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ଫୋନି ସହାୟତାରୁ ବଞ୍ଚିତ ହୋଇ ରହିଛନ୍ତି ପୁରୀ ଜିଲ୍ଲାର ଯୋଗ୍ୟ ହିତାଧିକାରୀ । ଫୋନି ସହାୟତାରେ ବ୍ୟାପକ ଅନିୟମିତତା ହୋଇଥିବା ସହ ଶାସକ ଦଳର ଲୋକଙ୍କୁ ଫନି ସହାୟତା ମିଳିଛି। ସେହିପରି ସତ୍ୟବାଦୀ ତହସିଲ ଅଫିସରେ ସହକାରୀ ରାଜସ୍ୱ ନୀରିକ୍ଷକଙ୍କୁ ମାଡ ମରାଯିବା ଘଟଣାରେ ଏପର୍ୟ୍ୟନ୍ତ ପୋଲିସର କାର୍ୟ୍ୟାନୁଷ୍ଠାନ ଶୂନ। ଯାହାକୁ ନେଇ ସରକାରଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ନିଶାନା କରିଛି ପୁରୀ ଜିଲ୍ଲା ବିଜେପି। ସମ୍ବିଳନୀରେ ବିଜେପି ଅଭିଯୋଗ ଆଣିଛି ଯେ, ଫୋନି କ୍ଷତିଗ୍ରସ୍ତଙ୍କୁ ସହାୟତା ଦବାରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିବା ବେଳେ ସରକାରୀ କର୍ମଚାରୀ ମାନଙ୍କୁ ମଧ୍ୟ ସତ୍ୟବାଦୀ ବିଧାୟକଙ୍କ ଲୋକ ମାଡ ମାରିଛନ୍ତି। ସରକାରୀ ଅଫିସ ଭଙ୍ଗାରୁଜା କରିବା ସହ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ଏପର୍ୟ୍ୟନ୍ତ ପୋଲିସ ହାତ ଖାଲି। ଫନି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସହାୟତା ରାଶି ପ୍ରଦାନ କରିବା ସହ ସରକାରୀ କର୍ମଚାରୀଙ୍କୁ ମାଡ ମରାଯାଇଥିବା ଘଟଣାରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି ନେଇ ଜିଲ୍ଲା ବିଜେପି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦେଇଛି। ଅନୁଷ୍ଠିତ

ସାମ୍ୱାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା ବିଜେପି ସଭାପତି  ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଲିଟେନ୍ଧୁ ବିଦ୍ୟାଧର ମହାପାତ୍ର, ସୁରଥ ବିଶ୍ଵାଳ, ବିଜେପି ରାଜ୍ୟ ପ୍ରବକ୍ତା ରମା ବଳିୟାର ସିଂହ, ସତ୍ୟବାଦୀର ଯୁବନେତା ଓମ୍ ପ୍ରକାଶ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।