ବିଜେପିର ନୂଆ ସଭାପତି,ନଡ୍ଡା ସମ୍ଭାଳିବେ ଦାୟିତ୍ୱ

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ବିଜେପିକୁ ମିଳିଲା ନୂଆ ସଭାପତି ।ର୍ନିଦ୍ୱନ୍ଦ ଭାବରେ ବିଜେପିର ସଭାପତି ଭାବେ ନିର୍ବାଚିତ ହେଲେ ବିଜେପି କାର୍ୟ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜେପି ନଡ୍ଡା । ନିର୍ବିବାଦୀୟ ଭାବେ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ ଚୟନ କରିବା ପାଇଁ ଅମିତ୍ ଶାହା, ରାଜନାଥ ସିଂହ, ନୀତିନ ଗଡକରୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ସେମାନଙ୍କ ସମର୍ଥନ ଜଣାଇଥିଲେ ।
ଏହା ସହିତ ଦେଶର ସବୁଠୁ ବଡ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିରେ ଆରମ୍ଭ ହୋଇଛି ଜେପି ନଡ୍ଡା ଯୁଗ । ଏବଂ ସାଢେ ୫ ବର୍ଷରୁ ଅଧିକ କାର୍ୟ୍ୟକାଳ ଚାଲିଥିବା ଶାହା ଯୁଗର ଅବସାନ ହୋଇଛି । ତେବେ ଶାହାଙ୍କ ଅମଳରେ ଦେଶରେ ପ୍ରଭାବ ବିସ୍ତାର କରିଥିବା ବିଜେପି ଆଗାଗୀ ଦିନରେ କିଭଳି ପ୍ରଦର୍ଶନ କରୁଛି ତାହା ନଡ୍ଡାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ। ବିଶେଷ କରି ଆଗକୁ ହେବାକୁ ଥିବା ପଶ୍ଚିମବଙ୍ଗ, ବିହାର ନିର୍ବାଚନ ନଡ୍ଡାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।