ଭୁବନେଶ୍ୱର: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସଂଧ୍ୟା ୭ଟା ୫୫ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ସିଧା ପୁରୀ ଯାଇ ସେଠାରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ନଡ୍ଡାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ କସରତ ଆରମ୍ଭ ହୋଇଛି । ନଡ୍ଡାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ନଡ୍ଡା ୨ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି । ଏଠାକୁ ଆସି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀରେ ମଧ୍ୟ ଯୋଗଦେବେ ।
୨୮ତାରିଖ ପୂର୍ବାହ୍ନ ୧୦ଟାରେ ପୁରୀରେ ହେବାକୁ ଥିବା ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବେ । ପରେ ଅପରାହ୍ନ ୨ଟାରେ ମହାପ୍ରଭୁଙ୍କ ଦର୍ଶନ କାରିସାରିବା ପରେ ଭୁବନେଶ୍ୱର ଆସି ରାଜ୍ୟ ଅତିଥି ଭବନରେ ଅଢେଇ ଘଣ୍ଟା ରହି ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।