ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ର୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା । ପୁରୀରେ ହେବାକୁ ଥିବା ୨ଦିନିଆ ରାଜ୍ୟ କାର୍ଯକାରିଣୀ ବୈଠକର ଉଦଘାଟନ କରିବେ ଜେପି ନଡ୍ଡା । ବୈଠକରେ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରାଯିବ । ଦଳର ଆଗାମୀ ରଣନୀତି ନେଇ ରୋଡ ମ୍ୟାପ ପ୍ରସ୍ତୁତ ହେବ । ନିର୍ବାଚନ ପୂର୍ବରୁ ଦଳ ଯେଉଁ ପ୍ରତିଶୃତୀ ଦେଇଥିଲା ସେ ସବୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରଣ ହେବ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା କଥା ହେଉ , ରତ୍ନଭଣ୍ଡାର ଅବା ସୁଭଦ୍ରା ଯୋଜନା ସବୁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ।