ବିଷମକଟକ (ରବିନ୍ଦ୍ର କୁମାର ସାହୁ) : ରାୟଗଡ଼ା ଜିଲ୍ଲା ବିଷମ କଟକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଷମ କଟକ ଅଞ୍ଚଳର ଯୁବନେତା ଗୌତମ ଉଲ୍ଲାକାଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଷମ କଟକ ଅଞ୍ଚଳର ବିଜେଡି ଏବଂ କଂଗ୍ରେସ ଦଳ ଛାଡ଼ି ଆଜି ଭାରତୀୟ ଜନତା ପାର୍ଟିରେ ଶୁଭମ ,ପିଙ୍କୁ ପାଢ଼ୀ, ରମାକାନ୍ତ ପାତ୍ର, ପଦ୍ମନାଭ ଉର୍ଲାକା, ପାଗୁ କୁଲିସିକା, ସାନି ଉର୍ଲାକା, ନବୀନ ୱାଡାକା, ଜଗବନ୍ଧୁ ହିକକା, ନବୀନ ଉର୍ଲାକା, ରବି ହିକକା, ପ୍ରଶାନ୍ତଙ୍କ ସହ ଶତାଧିକ କର୍ମୀ ଯୋଗଦେଲେ । ଏହି ମିଶ୍ରଣ ପର୍ବରେ ଗୌତମ ଉଲ୍ଲାକାଙ୍କ ସମେତ ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା, କଲନରା ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା, ଗୌର ମହାନ୍ତି, ସୁବାସ ପ୍ରାସ୍କା, ରୋହିତ ଦଣ୍ଡସେନା ପ୍ରମୁଖ ଦଳୀୟ ଟୋପି ଏବଂ ଉତ୍ତରୀୟ ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ ।