ଭୁବନେଶ୍ଵର: ଶେଷରେ BMC ଆଟାକ୍ ଘଟଣାରେ ମୁହଁ ଖୋଲିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମୋତେ BMC ଅତିରିକ୍ତ କମିଶନର ରତ୍ନାକର ସାହୁ ଖରାପ ବ୍ୟବହାର କରିଥିଲେ ଜଗନ୍ନାଥ । ଜଣେ ସ୍ବଚ୍ଛ ସାଥୀ ଭଉଣୀଙ୍କୁ ଦୁର୍ବ୍ୟବହାର ନେଇ ଫୋନ୍ କରିଥିଲି, ମୋତେ ତମେ କିଏ, କାହିଁକି ପଚାରୁଛ କହି ବ୍ୟବହାର ଖରାପ କରିଥିଲେ । ସେଥିପାଇଁ ସୋସିଆଲ ମିଡିଆରେ ଗୋଟିଏ ହାତରେ ତାଳି ବାଜେନି ଲେଖିଥିଲି ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ ।

ତେବେ ୩୪ ନଂ ୱାର୍ଡ ସ୍ବଚ୍ଛ ସାଥୀ ଭଉଣୀଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ ବୋଲି ରତ୍ନାକରଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି ବିଜେପି ନେତା । କାହିଁକି ବିଜେପି ରାଲିକୁ ଯାଉଛ କହି ସ୍ବଚ୍ଛ ସାଥୀ ଭଉଣୀଙ୍କୁ ତାଗିଦ ମଧ୍ୟ କରିଥିଲେ ଅତିରିକ୍ତ କମିଶନର । ଏନେଇ ସ୍ବଚ୍ଛ ସାଥୀ ଭଉଣୀ ଜଣଙ୍କ ଖାରବେଳନଗର ଥାନାରେ ଏତଲା ମଧ୍ୟ କରିଛନ୍ତି ବୋଲି କହିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଯେତେବେଳେ ମୁଁ ଏକଥା ଫୋନ୍ରେ ପଚାରିଲି, ତମେ କିଏ ବୋଲି କହିଥିଲେ ରତ୍ନାକର । ଏନେଇ ମୁଁ ମଧ୍ୟ ପୂର୍ବରୁ କମିଶନରଙ୍କୁ ଜଣାଇ ସାରିଛି ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ ।

ଅନ୍ୟପଟେ ଏତେ ଘଟଣା ପରେ ଶେଷରେ ସାମ୍ନାକୁ ଆସିଛନ୍ତି ଉକ୍ତ ମହିଳା ଜଣଙ୍କ । ଏଥିସହ ଅତିରିକ୍ତ କମିଶନରଙ୍କ ନାଁରେ ଆଣିଛନ୍ତି ବଡ ଅଭିଯୋଗ । BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାଁରେ ଅଭିଯୋଗ କରିଛନ୍ତି ସ୍ଵଚ୍ଛ ସାଥି ଜଣଙ୍କ । ମୋତେ ଚାକିରିରୁ ବାହାର କରି ଦେବାକୁ ଧମକ ଚମକ ଦେଉଥିଲେ ରତ୍ନାକର ସାହୁ । ଏଥିସହ ମୋଦିଙ୍କ ରାଲିକୁ କାହିଁକି ଲୋକ ନେଉଛ ଚାକିରି ଚାଲିଯିବ ବୋଲି କହୁଥିଲେ । ୩୪ ନଂ କର୍ପୋରେଟର ଓ ତାଙ୍କ ସ୍ବାମୀଙ୍କ ଜରିଆରେ ଧମକାଉଥିଲେ । ମୁଁ ବିଜେପି ରାଲିକୁ ୬୦/୭୦ ଲୋକ ନେଇ ଯିବାରୁ ରାଗୁଥିଲେ । ମୁଁ ଏବାବଦରେ ଜଗା ଭାଇଙ୍କୁ ଦେଖା କରି ଫେରାଦ ହୋଇଥିଲି । ଜଗା ଭାଇ ଫୋନ୍ କରିବାରୁ ରତ୍ନାକର ସାର୍ ତାଙ୍କୁ ବ୍ୟବହାର ଖରାପ କଲେ । ସେହିପରି ଆମକୁ ନ୍ୟାୟ ନମିଳିଲେ ଧାରଣା ଦେବୁ କହିଛନ୍ତି ଆଉ ଜଣେ ସ୍ବଚ୍ଛ ସାଥୀ ।