ସରଗରମ ନୂଆପଡା ମଇଦାନ, ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣଅ କଲା ବିଜେପି

ନୂଆପଡ଼ା: ନୂଆପଡା ମଇଦାନ ଏବେ ସରଗରମ । ନିଜ ନିଜ ଯୋଦ୍ଧାକୁ ଓହ୍ଲାଇ ସାରିଛନ୍ତି ୩ ଦଳ । ଏବେ ଲଢେଇ ଶେଷ ପ୍ରସ୍ତୁତିରେ । ତିନି ଦଳ ନିଜ ନିଜର ବିଜୟ ପାଇଁ ଅଙ୍କ କଷୁଥିବା ବେଳେ ବିଜେପି ଏକ ଶକ୍ତିଶାଳୀ ୪୦ ସଦସ୍ୟ ବିଶିଷ୍ଟ ଷ୍ଟାର ପ୍ରଚାରକ ତାଲିକା ସହିତ ନୂଆପଡା ଉପନିର୍ବାଚନ ପ୍ରଚାର ଆରମ୍ଭ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ତାଲିକା ଦଳ ଦାଖଲ କରିଛି ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନେତୃତ୍ୱରେ ୪୦ ଜଣିଆ ଟିମ୍ ପଶ୍ଚିମ ଓଡିଶାରେ ଭୋଟରଙ୍କୁ ଏକାଠି କରିବାକୁ ମଇଦାନକୁ ଓହ୍ଲାଇବେ । ଏଥିସହ ସଭାପତି ମନମୋହନ ସାମଲ, ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍ ଏବଂ ଅଶ୍ବିନୀ ବୈଷ୍ଣବ ମଧ୍ୟ ମଇଦାନରେ ପ୍ରଚାର ପାଇଁ ଓହ୍ଲେଇବେ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୨ ପ୍ରଭାରି ମଧ୍ୟ ସାମିଲ । ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଷ୍ଟାର ପ୍ରଚାରକ । ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାଶ ନାୟକ, ଅନୁଭବ ମହାନ୍ତି ମଧ୍ୟ ସାମିଲ୍ ଅଛନ୍ତି ।