ସାମ୍ନାସାମ୍ନି ବିଜେପି ଓ ବାପି ସର୍ଖେଲଙ୍କ ଗୋଷ୍ଠୀ

ଭୁବନେଶ୍ୱର (ଚିନ୍ମୟୀ ସ୍ୱାଇଁ):- ସାମ୍ନାସାମ୍ନି ହୋଇଛନ୍ତି ବିଜେପି ଓ ବାପି ସର୍ଖେଲଙ୍କ ଗୋଷ୍ଠୀ । ଗଣଦୁଷ୍କର୍ମ ମାମଲାକୁ ନେଇ ପାରାଦୀପ ରାଜନୀତି ସରଗରମ । ଏହି ଦୁଷ୍ଲର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଫଟୋ ଉଠାଇଛନ୍ତି ବାପି ସର୍ଖେଲ । ଯାହାକୁ ନେଇ ବିଜେପି ବାପିଙ୍କୁ ଟାର୍ଗେଟ କରିଛି । ଏହାସହିତ ବାପିଙ୍କୁ ଦତନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ବିଜେପି । ଯଦି ଏହି ଘଟଣା ବାପି ସର୍ଖେଲଙ୍କୁ ତଦନ୍ତ ପରିସରଭୁକ୍ତ କରାନଯିବ ,ତାହେଲେ ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏହାସହିତ ପୂର୍ବରୁ ମଧ୍ୟ ବାପିଙ୍କ ଫଟୋ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ସହ ଥିଲା ବୋଲି କହିଛି ବିଜେପି । କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ସେପଟେ ଏହି ଘଟଣାର ଜବାବ ରଖିବା ସହ ଅଭିଯୋଗକୁ ଖଣ୍ଡନ କରିଛି‘ଆମ ପାରାଦୀପ ଆମ ପ୍ରଗତି ସଂଗଠନ’ । ସଂଗଠନ କହିଛି, ବିଜେପି ଯେଉଁ ଅଭିଯୁକ୍ତ ସହ ବାପି ସର୍ଖେଲଙ୍କ ଫଟୋ କଥା କହୁଛି, ସେଭଳି ବିଭିନ୍ନ ଦଳର ଅନେକ ନେତାଙ୍କ ସହ ସଂପୃକ୍ତ ଅଭିଯୁକ୍ତର ଫଟୋ ରହିଛି । ତାହେଲେ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ରାଜନେତାଙ୍କ କଣ ରହିଛି ସମ୍ପର୍କ ଆଉ ଏ ଫଟୋ କେଉଁ ପରିସ୍ଥିତିରେ ଉଠାଯାଇଛି । ଏନେଇ ବାପି ସର୍ଖେଲଙ୍କ ନିକଟରୁ କୈାଣସି ପ୍ରତିକ୍ରୟା ମିଳିପାରିନଥିବା ବେଳେ ପାରଦୀପ ରାଜନୀତି ଏବେ ସରଗରମ ହୋଇଛି ।