ମୌଳିକ ସୁବିଧା ଦେଇନଥିବା ଏହି ସରକାରକୁ ବଦଳାଇବା ପାଇଁ ଆହ୍ୱାନ ଦେଲେ ରାଜନାଥ

( ମାନସ ପ୍ରଧାନ / ନୟାଗଡ଼ ) : ନୟାଗଡରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ନୟାଗଡ ଷ୍ଟାଡିୟମ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଥିଲେ । ସେ ତାଙ୍କ ଭାଷଣରେ ରାଜ୍ୟବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁନଥିବା ଏହି ସରକାରଙ୍କୁ ବଦଳାଇବାକୁ ଜନତାଙ୍କୁ ଆହ୍ଵାନ ଦେଇଛନ୍ତି। ସେହିପରି ବିଜେପି ସରକାର ଓଡିସାରେ ଆସିଲେ ନୟାଗଡ ବିକାଶକୁ ଆଗେଇ ନେବ ବୋଲି କହିଥିଲେ । ବିଜେପି ପୁରି ସାଂସଦ ପ୍ରାର୍ଥୀ ସମ୍ବିଦ ପାତ୍ର ଓ ନୟାଗଡ ବିଧାୟକ ପ୍ରାର୍ଥୀ ଇରାନୀ ରାୟଙ୍କ ପାଇଁ ରାଜନାଥ ପ୍ରଚାର କରିଥିଲେ ।
ଏହା ପରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପିଏମ କିଷାନ ଯୋଜନାରେ ରାଜ୍ୟ ସରକାର ସବିଶେଷ ଚାଷୀଙ୍କ ତାଲିକା ଦେଇ ନାହାନ୍ତି। ରାଜ୍ୟ କେବଳ ୮ ଲକ୍ଷ ଚାଷୀଙ୍କ ତାଲିକା ଦେଇଛି। ଫଳରେ ବାକି ଚାଷୀ ଏହି ଯୋଜନାରୁ ଉପକୃତ ହୋଇ ପାରି ନାହାନ୍ତି। ରାଜନାଥ କହିଛନ୍ତି ଯେ, ସରକାର ଆସିଲେ ଚାଷୀଙ୍କୁ ୫ ବର୍ଷ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଦିଆଯିବ ବୋଲି ସେ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମାବେଶରେ ବିଜେପିର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।