ଭୁବନେଶ୍ୱର: ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ୨୮ରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀଙ୍କର ବୈଠକ ଅନୁଷ୍ଠିତ ହେବ। ୨୯ ତାରିଖରେ ନଖରା ନିକଟ କୁରାଙ୍ଗ ଶାସନରେ ମଧ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବିଜେପିର ସହ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ବିଭିନ୍ନ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ତେବେ ପଞ୍ଚାୟତ ଓ ପୌର ନିର୍ବାଚନରେ କାହିଁକି ଦଳର ପ୍ରଦର୍ଶନ ଖରାପ ରହିଲା ସେନେଇ ଆଲୋଚନା ହେବ। ଏହାଛଡା ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ବୈଠକରେ ଆଲୋଚନା ହେବ ବୋଲି ମଧ୍ୟ ଜଣାପଡିଛି।