ବିଧାୟକଙ୍କ ପୋଷ୍ୟ ଉପରେ ବିଜେପିର ପ୍ରଶ୍ନ
(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ): ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ପରେ ବିଜେଡି ବିଧାୟକ ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରିବାକୁ ସମାଲୋଚନା କରିଛି ବିଜେପି। ଦୁଷ୍ମନ୍ତ ବଞ୍ଚିଥିବା ବେଳେ ବିଧାୟକ ତା କଥା ଶୁଣିନଥିଲେ, ଏପରିକି ସେ ଚିକିତ୍ସା ବ୍ୟବସ୍ଥା କରାଇବାକୁ ବିଧାୟକଙ୍କ ଗୋଡ଼ ମଧ୍ୟ ଧରିଛି। ମାତ୍ର ବିଧାୟକ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନଥିଲେ। ଯେଉଁଥିପାଇଁ ଦୁଷ୍ମନ୍ତ ବିଧାନସଭା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରୁଛି ବୋଲି ସୋସିଆଲ ମିଡ଼ିଆରେ ଛାଡି ବାହା ବାହା ନେବାକୁ ଚାହୁଁଛନ୍ତି। ଏ ପର୍ୟ୍ୟନ୍ତ ତାଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇ ନାହାନ୍ତି ବିଧାୟକ। ରାଜ୍ୟ ସରକାର ଓ ବିଧାୟକଙ୍କ ଅହଂକାର ଯୋଗୁଁ ହି ଦୁଷ୍ମନ୍ତଙ୍କ ଜୀବନ ଯାଇଛି ବୋଲି ଅଭିଯୋଗ କରିଛି ବିଜେପି।