ଭରତପୁର ଘଟଣାରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି

0

ଭୁବନେଶ୍ୱର ; ଭରତପୁର ଘଟଣାରେ ଆସନ୍ତା କାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ଦେବ ବିଜେଡିବିଜେଡିର ସାମ୍ବାଦିକ ସମ୍ମିଳନୀ । ପୂର୍ବତନ ସେନା ଅଧିକାରୀ ବୈକୁଣ୍ଠ ପ୍ରଧାନ ଙ୍କୁ ରାଜ୍ୟପାଳ ଙ୍କ ପୁଅ ମାଡ଼ ମାରିବା ଘଟଣା ରେ ଯଦି ଆକ୍ସନ ନିଆଯାଇ ଥାନ୍ତା ତେବେ ଆଜି ଭରତପୁର ଘଟଣା ସାମ୍ନା କୁ ଆସି ନାହାନ୍ତି । ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ ଙ୍କ ସହିତ ଯଦି ରାଜଧାନୀର ଥାନା ଭିତରେ ଏମିତି ଘଟଣା ଘଟୁଛି ତେବେ ଅନ୍ୟ ଥାନା ମାନଙ୍କରେ କଣ ହେଉଥିବ ତାହା ସନ୍ଦେହ।  ବିଜେପି ସରକାର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ ?ଭରତପୁର ଥାନା ଭିତରେ ବିଜେଡି ସରକାର ସମୟରେ ସିସିଟିଭି ଇନଷ୍ଟଲ ହୋଇଥିଲା।  କିନ୍ତୁ ବର୍ତ୍ତମାନ ପୋଲିସ ପକ୍ଷରୁ କୁହା ଯାଉଛି ସିସିଟିଭି ଇନଷ୍ଟଲ ହୋଇନଥିଲା । ଘଟଣାରୁ ଲାଗୁଛି ପୋଲିସ ଏହି ଘଟଣାଲୁ ଲିପାପୋତି କରିବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣା କୁ ଘଣ୍ଟ ଘୋଡେଇ ବାକୁ ଚେଷ୍ଟା କରୁଛନ୍ତି ।