ବିଜେଡିର ମିଶ୍ରଣ ପର୍ବ; ଯୋଗ ଦେଲେ ଶତାଧିକ କର୍ମୀ

ଡେରାବିଶ: କେନ୍ଦ୍ରାପଡା ସଦର ମହକୁମା ନିକଟସ୍ଥ ଜଣ୍ଟିଲୋ ଡାକବଙ୍ଗଳାରେ ବିଜେଡିର ଏ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ସଭାପତିତ୍ୱ କରିଥଲେ । ସେହିପରି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଏବଂ ଦଳୀୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଯୋଗ ଦେବା ସହ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ କୁମାର ମଲ୍ଲ, ବାସୁଦେବ ମହାନ୍ତି ଏବଂ ଦାମୋଦର ମହାନ୍ତିଙ୍କ ନେତୃତ୍ୱରେ ଶତାଧି୍ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ନୁତନ ଭାବେ ଦଳରେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ବିଧାୟିକା ଶ୍ରୀମତି ଅଗ୍ରୱାଲ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅଗ୍ରୱାଲ । ଏହି ବୈଠକରେ ବିଜେଡିର ଅନେକ ଜଣାଶୁଣା ଚେହେରା ଉପସ୍ତିତ ରହିଥିଲେ ।