30 ଜିଲ୍ଲା ପାଇଁ 24 ପର୍ଯ୍ୟବେକ୍ଷକ ସୂଚୀ ଜାରୀ କଲା ବିଜେଡି

ଭୁବନେଶ୍ୱର:2024 ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପର୍ଯ୍ୟବେକ୍ଷକସ୍ତରରେ ସାମାନ୍ୟ ଅଦଳବଦଳ କରିଛି ବିଜେଡି । 30ଟି ଜିଲ୍ଲା ପାଇଁ ଆଜି ବିଜେଡି 24 ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଜାରୀ ହୋଇଛି ବିଜେଡ଼ିର ପର୍ଯ୍ୟବେକ୍ଷକ ତାଲିକା । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ପ୍ରକାଶ କରିଛନ୍ତି । ନିର୍ବାଚନ ପୁର୍ବରୁ ବିଜେଡ଼ିର ନୁଆ ଟିମ।ନୂତନ ଭାବେ ସାମିଲ ହୋଇଛନ୍ତି ଅମରେଶ ଜେନା ଓ ରବୀନ୍ଦ୍ର ଜେନା,ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ୪ଜିଲ୍ଲାର ଦାୟିତ୍ୱ ମିଳିଛି ।

-ବାଲେଶ୍ୱର ପ୍ରତାପ କେଶରୀ ଦେବ, ବରଗଡ-ସୁଧୀର ସାମଲ

-ଭଦ୍ରକ -ପ୍ରତାପ ଜେନା, ବଲାଙ୍ଗୀର ସୁଶାନ୍ତ ସିଂ

-ଦେବଗଡ -ଅମରେଶ ଜେନା ,କଟକ -ପ୍ରଫୁଲ୍ଲ ସାମଲ

-ଗଜପତି ଓ ରାୟଗଡା -ଅତନୁ ସବ୍ୟସାଚୀ ନାୟକ

-ଜଗତସିଂହପୁର -ଅରୁଣ ସାହୁ ,କନ୍ଧମାଳ –ବିଜୟ ନାୟକ

-କେନ୍ଦ୍ରାପଡା-ପ୍ରମିଳା ମଲ୍ଲିକ,ଖୋର୍ଦ୍ଧା –ରବିନ୍ଦ୍ର କୁମାର ଜେନା

-କୋରାପୁଟ ଓ ମାଲକାନାଗିରି ଜିଲ୍ଲା ଦାୟିତ୍ୱରେ ଦିବ୍ୟଶଙ୍କର ମିଶ୍ର

ନବରଙ୍ଗପୁର-ଇଶ୍ୱର ପାଣିଗ୍ରାହୀ ,ନୟାଗଡ -ପଦ୍ମନାଭ ବେହେରା ।ଝାରସୁଗୁଡା – ସାରଦା ନାୟକ , ନୂଆପଡା –ସ୍ନେହାଙ୍ଗିନୀ ଛୁରିଆ,ପୁରୀ –ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ସୁନ୍ଦରଗଡ,ପ୍ରୀତିରଞ୍ଜନ ଘଡେଇ,କଳାହାଣ୍ଡି -ପ୍ରଣବ ବଳବନ୍ତରାୟ । ଗଞ୍ଜାମ-ପ୍ରଦୀପ ଅମାତ,ବୈାଦ୍ଧ -ସୈାଭାଗ୍ୟ ନାୟକ । ଯାଜପୁର -ଅଶୋକ ଚନ୍ଦ୍ର ପଣ୍ଡା,ଝାରସୁଗୁଡା –ସାରଦା ନାୟକ । ମୟୂରଭଞ୍ଜ -ପ୍ରଶାନ୍ତ ମୁଦୁଲି ,ସୁବର୍ଣ୍ଣପୁର –ଦେବେଶ ଆଚାର୍ଯ୍ୟଙ୍କୁ ମିଳିଛି ଦାୟୁତ୍ୱ ।