Nuapada By-Election: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହୋଇଥିବା ନେଇ ଅଭିଯୋଗ । ଏନେଇ ECIଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା ଭାବେ କାର୍ଯ୍ୟକାରୀ କରିବାକୁ ଦାବି କଲେ ବିରୋଧି ଦଳ ନେତା । ନୂଆପଡ଼ା ବାହାରର ବିଜେପି ନେତା ଓ ମନ୍ତ୍ରୀମାନେ ଏବେ ବି ଜିଲ୍ଲାରେ ଘୁରି ବୁଲୁଛନ୍ତି । ବିଜେଡି କର୍ମୀ ବିରୋଧ କରିବାରୁ ଥାନାରେ ଅଟକ ରଖାଯାଉଛି ବୋଲି କହିଛନ୍ତି ନବୀନ । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷପାତି ଭାବେ କାର୍ଯ୍ୟ କରୁଛି । ନିର୍ବାଚନର ବିଶ୍ୱସନୀୟତା ବଜାୟ ପାଇଁ ଆପଣ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ତେବେ ରାତି ପାହିଲେ ନୂଆପଡ଼ା ବିଧାନସଭା ଉପନିର୍ବାଚନ । ଏହା ପୂର୍ବରୁ ୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଗୁରୁତର ଉଲ୍ଲଂଘନ ହୋଇଥିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନବୀନ ECIଙ୍କ ନିକଟରେ ଦାବି କରିଛନ୍ତି । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ସାଇଲେଣ୍ଟ ପିରିୟଡ ଆରମ୍ଭ ହେବା ପରେ ଜିଲ୍ଲା ବାହାରର କୌଣସି ରାଜନେତା ଓ ପ୍ରଚାରକ ରହିପାରିବେ ନାହିଁ, କିନ୍ତୁ ନୂଆପଡ଼ା ବାହାରେ ବିଜେପି ନେତା ଏବଂ ମନ୍ତ୍ରୀମାନେ ଏବେ ବି ଘୁରି ବୁଲୁଛନ୍ତି । ଏହା ସହ ଭୋଟରକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନବୀନ ଅଭିଯୋଗ ଆଣିଛନ୍ତି ।