ବିଜେଡିର ବିଧାୟକ ଦଳିୟ ବୈଠକ : ଓଡ଼ିଶାର ପରିସ୍ଥିତି ସମ୍ପର୍କ ରେ ଆଲୋଚନା

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ଶେଷ | ବିଧାନସଭା ଆରମ୍ବ ହେଲେ ଲଢେଇ ଦେଖିଇବ ବିଜେଡି |ସରକାର ଯାହା ପ୍ରତିଶୃତି ଦେଇଥିଲେ କଣ କାମ କରିଛନ୍ତି କି ନାହିଁ,ଲୋକଙ୍କୁ ଭୁଆଁ ବୁଲାଇଛନ୍ତି, ବିଧାନସଭା ରେ ବିଜେଡି ଉଠାଇବ | ଆମ୍ବ ଟାଙ୍କୁଆ, ଚୋରି ଡକାୟତି ଭଳି ଘଟଣା କରି ଇତିହାସ ର ପୁନରାବୃତ୍ତି କରିଛନ୍ତି ସରକାର | ଯାହା 24 ବର୍ଷ ରେ ଘଟିନଥିଲା ତାହା କରିଛନ୍ତି | ଲଢେଇ କରିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି | ପ୍ରସଙ୍ଗ ଲିଷ୍ଟ କଲେ ରାତି ପାହିବ |

ଓଡ଼ିଶାର ପରିସ୍ଥିତି ସମ୍ପର୍କ ରେ ଆଲୋଚନା ହେଲା | ଲୋକଙ୍କ ଶ୍ୱର ହେବ ବିଜେଡି | ଜିରୋ ହାୱାର, ଡିମାଣ୍ଡ ଡିସକସନ ରେ ଭାଗ ନେବା ସହ ସରକାର ଯେଉଁ ବିଲ ଆଣିବେ ମତ ରଖିବୁ | ଓଡ଼ିଶାରେ 6 ମାସ ସରକାର କିନ୍ତୁ ଭାରତ ରେ 11 ବର୍ଷ ର ସରକାର ରେ ଲୋକେ ଅସୁବିଧା ର ସମ୍ମୁଖରେ ହେଉଛନ୍ତି | ଦରଦାମ ରେ ଲୋକ ହଇରାଣ ହେଉଛନ୍ତି | ବିଧାନସଭା ରେ ବିଜେଡିର ସମସ୍ତ ବିଧାୟକ ଉପସ୍ଥିତ ରହିବେ | ଓଡ଼ିଶା ବିଧାନସଭା ଇତିହାସ ରେ ବିଜେଡି ଷ୍ଟଙ୍ଗେଷ୍ଟ ବିରୋଧି ଦଳ | ଆଗରୁ ଲୋକଙ୍କ ପାଇଁ ଯେମିତି କାମ କରାଯାଉଥିଲା ସେମିତି ଆଗକୁ କରାଯିବ  | ଲୋକଙ୍କ ଦାବି ହେଉଛି ଲୋକେ ଅନୁଭବ କରୁଛନ୍ତି ସରକାର ନାହିଁ | ବିଜେପି କର୍ମୀ ଙ୍କୁ 4 ଟା ବିସ୍କୁଟ ବିଜେଡି କୁ 1 ବିସ୍କୁଟ ଦେଲେ ବାତ୍ୟା ଦାନା ବେଳେ | ବିଧାନସଭା ଆରମ୍ବ ହେଉ ଲଢେଇ ଦେଖିବେ |