ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି, ପ୍ରଥମେ ଅଛି ନବୀନଙ୍କ ନାଁ

ନୂଆପଡ଼ା: ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନୂଆପଡା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଲିକାରେ ନବୀନଙ୍କ ନାଁ ପ୍ରଥମେ ରହିଛି । ବିଜେଡି ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ମଧ୍ୟ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ । ସୁପ୍ରିମୋ ନବୀନଙ୍କ ସମେତ ୧୬ ଜଣ ବିଧାୟକଙ୍କ ନାଁ ପ୍ରଚାରକ ତାଲିକାରେ ରହିଛି ।

ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ପ୍ରଚାର ତାଲିକା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିରଂଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସଙ୍କ ସମେତ ୪୦ ଜଣ କରିବେ ପ୍ରଚାର ।

 ସେହିପରି ଅତନୁ ସବ୍ଯସାଚୀ ନାୟକ, ପ୍ରତାପ ଜେନା, ସଂଜୟ କୁମାର ଦାସବର୍ମା, ଦିବ୍ୟଶଙ୍କର ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ସାରଦା ନାୟକ,ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଂଜନ ଘଡାଇ, ଟୁକୁନି ସାହୁ, ସୁଲତା ଦେଓ, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଣି, ଦେବେଶ ଆଚାର୍ଯ୍ୟ, ପ୍ରଦୀପ କୁମାର ଦିଶାରୀ, ସରୋଜ କୁମାର ମେହେର, ରୋହିତ ପୂଜାରୀ, ମୁନ୍ନା ଖାଁ, ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ଯୋଗେଶ ସିଂହ, ନିରଂଜନ ବିଶି, ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଂଜନ ବିଶ୍ବାଳ, ସୁବାସିନୀ ଜେନା, ବର୍ଷା ସିଂହ ବରିହା, ଦୀପାଳି ଦାସ, ମନୋରମା ମହାନ୍ତି, ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ଟିମରେ ସାମିଲ ଅଛନ୍ତି ।