ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍

ବ୍ୟୁରୋ- ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ । ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍ ।  ଅନାସ୍ଥା ଭୋଟରେ ଅଧ୍ୟାକ୍ଷାଙ୍କ ବିରୋଧରେ ପଡ଼ିଲା ୨୦ ଭୋଟ୍ । ଅନୁପସ୍ଥିତ ରହିଲେ ୬ କାଉନସିଲର । ବିଜେଡି କାଉନସିଲରଙ୍କ ତରଫରୁ ଆଗତ ଅନାସ୍ଥାରେ ପରାଜିତ ହୋଇଛନ୍ତି ବିଜେଡି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ । ମୋଟ ୨୬ ଜଣଙ୍କ ମଧ୍ୟରୁ ୨୦ ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ । ୧୬ଜଣ ବିଜେଡିରୁ ଏବଂ ୪ଜଣ କଂଗ୍ରେସରୁ ସାମିଲ ହୋଇଥିଲେ ।  ୪ଜଣ ବିଜେଡ଼ି, ଜଣେ ବିଜେପି ଏବଂ ଅନ୍ୟ ଜଣେ କଂଗ୍ରେସ କାଉନସିଲର ଉପସ୍ଥିତ ନରହି ପ୍ରକାରାନ୍ତରେ ଅଧ୍ୟକ୍ଷାଙ୍କୁ ସମର୍ଥନ ଦେଇଥିଲେ ।  ତେବେ ଏହା ଦ୍ବାରା ବିଜେଡିର କନ୍ଦଳ ପଦାରେ ପଡ଼ିଛି ।  ତେବେ ଏହି ଭୋଟ ପ୍ରକ୍ରିୟାରେ ସାମିଲ ହୋଇନଥିଲେ ୬ ଜଣ କାଉନସିଲର । ଯେଉଁଥିରେ ୪ ଜଣ ବିଜେଡ଼ି, ଜଣେ ବିଜେପି ଏବଂ ଅନ୍ୟ ଜଣେ କଂଗ୍ରେସ କାଉନସିଲର ଥିଲେ ।  ଅଧ୍ୟକ୍ଷାଙ୍କ ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ହିଁ ଏଭଳି ପରିଣାମ ସୃଷ୍ଟି କରିଛି ।  ତେବେ କିଛି ଅଦୃଶ୍ୟ ଶକ୍ତି ଓ ନ୍ୟସ୍ତ ସ୍ବାର୍ଥ ପାଇଁ ଅଧ୍ୟକ୍ଷାଙ୍କୁ ବିରୋଧ କରାଯାଇଥିବା ସୋସିଆଲ ମିଡିଆରେ କହିଥିଲେ ପୌରାଧ୍ୟକ୍ଷ ।