ଭୁବନେଶ୍ୱର: କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ରଖିଲେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ବିଧାନସଭା ଅଚଳ ନେଇ ନରସିଂହ ମିଶ୍ର ବିଜେଡିକୁ ଦାୟୀ କରିଛନ୍ତି। ମାତ୍ର ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକ ଗୁରୁତ୍ୱ ଦେଇ ସମାଧାନ କରିବାକୁ ସର୍ବଦା ପ୍ରୟାସ କରିଆସୁଛି ଶାସକ ଦଳ। ବିଧାନସଭା ଅଚଳ କରିବାକୁ ଦାୟୀ କିଏ ଲୋକ ବୁଝି ସାରିଲେଣି!!
ପ୍ରଥମ ଦିନ ଶାସକ ଦଳର ବିଧାୟକମାନଙ୍କୁ ବିଧାନସଭାକୁ ନ ପୁରାଇଦେବାର ପ୍ରୟାସ କଲେ କଂଗ୍ରେସ ସଦସ୍ୟ । କିଛି ପ୍ରବେଶ ପଥରେ ବି ତାଲା ପକାଇଲେ। ଏଭଳି ପରମ୍ପରା ବିଧାନସଭା ଇତିହାସରେ ନୂଆ। ବିଧାନସଭା ବାହାରେ ପ୍ରତିବାଦ ହୁଏ ମାତ୍ର ଏପରି ହୋଇନଥିଲା। ପରଦିନ କଂଗ୍ରେସ ଓ ବିଜେପି ସଦସ୍ୟ ନାରାବାଜି କଲେ। ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କଲେ। ଘଣ୍ଟି ବାଡେଇବା , ଧୋତି ପିନ୍ଧି ବାଚସ୍ପତି ଙ୍କ ଉପରକୁ ପାଣି ପକେଇବା ଦୁର୍ଭାଗ୍ୟଜନକ। ବାଚସ୍ପତି ବାରମ୍ବାର ଅନୁରୋଧ କରିବା ପରେ ବି ଶୁଣିଲେଣି। ଏ ପ୍ରକ୍ରିୟା କିଏ କରୁଥିଲା ବୋଲି ବିଜେଡି ପ୍ରଶ୍ନ କରିଛି। ଆଜି ବି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ମାତ୍ର କଂଗ୍ରେସ ଦଳର ବିଧାୟକ ବାଚସ୍ପତିଙ୍କ ପୋଡ଼ିଅମ ଉପରକୁ ଯାଇ ପ୍ରତିବାଦ କଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ।
ଚାଷୀକୁଳ ମୁଣ୍ଡରେ ହାତ ଦେଇଛି। ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାନ୍ତା। ସରକାରୀ ଦଳ ସଦସ୍ୟ ଓ ବିରୋଧୀ ସଦସ୍ୟ ବି ଭାଗ ନେଇ ପାରିଥାନ୍ତେ । ମାତ୍ର ବିରୋଧୀ ବିଧାନସଭା କୁ ଉଦ୍ଦେଶ୍ୟମୁଳକ ଭାବରେ ନ ଚଳେଇ ଦେବାକୁ ଉଦ୍ୟମ ଚଳାଇଛନ୍ତି। ମମିତା ମେହେର ତଦନ୍ତ ପ୍ରକ୍ରିୟାକୁ ରୋକିବାକୁ ସରକାର ଉଦ୍ୟମ କରୁଥିବା ନେଇ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ବିବୃତି ରଖିଛନ୍ତି। ତଦନ୍ତ କାର୍ୟ୍ୟକ୍ରମ ବି ଚାଲିଛି। ହାଇକୋର୍ଟ କୁ ଲେଖା ଯାଇଥିଲା ନ୍ୟାୟିକ ବ୍ୟବସ୍ଥା ଭିତରେ କରାଯିବ ।ରାଜ୍ୟ ସରକାର ଏ ବାବଦରେ କୌଣସି ଟାଳଟୁଳ ନୀତି କରୁନାହାନ୍ତି। ଅଯଥା ଦୋଷାରୋପ କରିବା ଯଥାର୍ଥ ନୁହେଁ। ପ୍ରମାଣ ନଷ୍ଟ କରି ଦିଆଯାଇଛି ବୋଲି ନରସିଂହ ମିଶଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ଏଭଳି ଅଭିଯୋଗ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ। ବିଧାନସଭା ଚାଲିବାର ଆବଶ୍ୟକତା ରହିଛି। ରାଜ୍ୟର ଅନେକ ପ୍ରସଙ୍ଗ ରହିଛି ସନୃମାଧାନ ପାଇଁ ।
ସେହିପରି ବିଜେପି ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ମଧ୍ୟ ଜବାବ ରଖିଲେ ପ୍ରମିଳା ମଲ୍ଲିକ। ଅଭିଯୋଗକାରୀଙ୍କ ଦ୍ୱାରା ଯେଉଁ ପିଟିସନ ଦୟାର କରାଯାଇଥିଲା କୋର୍ଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କେଉଁଠାରେ କହିନାହାନ୍ତି ମନ୍ତ୍ରୀ ଏ କେସ ରେ ଅଛନ୍ତି। ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ପାଇଁ ବି କୋର୍ଟ କେଉଁଠି କହିନାହାନ୍ତି। ଆଇ ଆଇ ସି ତଦନ୍ତ କରୁଛନ୍ତି। ସଭାପତି କୌଣସି ସତ୍ୟକୁ ଆଧାର କରି କହୁ ନାହାନ୍ତି। ତଦନ୍ତ ସରିବା ପର୍ୟ୍ୟନ୍ତ ଅପେକ୍ଷା କରିବା ସହ ବିଭ୍ରାନ୍ତି କର ତଥ୍ୟ ଦେଇ ଲୋକବକୁ ବିଭ୍ରାନ୍ତି ନ କରିବା ପାଇଁ ଅନୁରୋଧ କରିଛି ଶାସକ ଦଳ ।