ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡି ଦେଲା ପୁରୀ ବନ୍ଦ ଡାକରା

ଭୁବନେଶ୍ୱର:- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡି ଦେଲା ପୁରୀ ବନ୍ଦ ଡାକରା। ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀରେ ହରତାଳ ଆହ୍ବାନ । ଦୋକାନ ବଜାର ସହ ଗାଡ଼ିମୋଟର ବନ୍ଦ ପାଇଁ ଡାକରା ଦେଇଛି ବିଜେଡି । ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତଙ୍କୁ ଚିହ୍ନଟ କରୁ ନଥିବା ଅଭିଯୋଗ କରିଛି ବିଜେଡି। ବିଜେଡି ପ୍ରଶ୍ନ କରିଛି ପୀଡ଼ିତାଙ୍କ ବାପାଙ୍କ ଉପରେ କି ଚାପ ପଡ଼ିଲା ଯେ ସେ ମତ ବଦଳାଇଲେ । ତେବେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲା ବିଜେଡି ଦଳ ।

ସୂଚନା ଥାଉକି, ଗତକାଲି ରାତିରେ ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ବଳଙ୍ଗା ପୀଡ଼ିତାଙ୍କ ମୃତ ଶରୀର ପହଞ୍ଚିବା ପରେ ସିଧା ପୀଡ଼ିତାଙ୍କ ଗାଁ ବାୟାବରକୁ ମୃତଦେହ ନିଆଯାଇଥିଲା । ସ୍ୱତନ୍ତ୍ର କାରକେଡ ଜରିଆରେ କଡା ସୁରକ୍ଷାରେ ଭୁବନେଶ୍ୱରରୁ ବଳଙ୍ଗା ନିଆଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ବିଭିନ୍ନ ରାଜନୈତିକ ଦଳର ନେତା ପୀଡ଼ିତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।