ଭୁବନେଶ୍ବର: ଆସିଲା ବିଜୁଜନତା ଦଳର ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅଷ୍ଟମ ପର୍ଯ୍ୟାୟରେ ୩ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭୋଗରାଇ ରୁ ଗୌତମବୁଦ୍ଧ ଦାସଙ୍କୁ ଦେଇଥିବା ବେଳେ ବେଗୁନିଆ ରୁ ପ୍ରଦୀପ କୁମାର ସାହୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ଖୋର୍ଦ୍ଧା ରୁରାଜେନ୍ଦ୍ର କୁମାର ସାହୁ ଙ୍କ ନାମ ଘୋଷଣା କରିଛି ।
ସୂଚନା ଅନୁଯାୟୀ, ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୪୪ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୩ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।