ଭୁବନେଶ୍ୱର: ଆଜି ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଆଜି ଗୃହ ଆରମ୍ଭ ହେବା ପରେ ପରେ ଗୃହରେ ବିଧାୟକମାନଙ୍କ ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ ନାରା ଶୁଣିବାକୁ ମିଳିଥିଲା । ହେଲେ ଏହାପରେ ଇଗ୍ଦକ୍ଟ ଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ପ୍ରତିବାଦ । ପରେ ଓଡିଆ ଅସ୍ମିତା କଥା ଉଠାଇ ପ୍ରତିବାଦ କରିଥିଲେ ବିଜେଡି ଓ କଂଗ୍ରେସ ବିଧାୟକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆସନରେ ଛିଡା ହେଇ ପ୍ରତିବାଦ କରିଥିଲେ । ତା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ ।