ବିଜେପି ବିରୋଧରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି

(ସରୋଜ ରାଉତ) ଭୁବନେଶ୍ୱର: ଆଜି ପୁଣି ବିଜେପି ବିରୋଧରେ ୨ଟି ଅଭିଯୋଗ ନେଇ ବିଜେଡି ସିଇଓଙ୍କ ଦ୍ୱାରସ୍ଥ ହୋଇଛି । ପ୍ରଥମ ଅଭିଯୋଗରେ ଦର୍ଶାଯାଇଛି କି, ବିଜେପି ସାରସକଣାରୁ ବିଧାୟକ ପ୍ରାର୍ଥୀ କରିଥିବା ଡ. ବୁଧାନ ମୂର୍ମୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ । ସେ ଚାକିରିରୁ ଏଯାବତ୍ ଅବସର ନେଇ ନାହାନ୍ତି । ଏହା ପରେ ନିର୍ବାଚନରେ ତାଙ୍କୁ ଠିଆ କରି ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛି ବିଜେଡି । ସେହିପରି ଧର୍ମଶାଳାଠାରେ ଏକ ସରକାରୀ ଜାଗାରେ ବିଜେପି ତାର ଦଳୀୟ କାର୍ଯ୍ୟାଳୟ ଖୋଲିବା ସହ ସେଠାରେ ଏଯାବତ୍ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରୁଥିôବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।