ଜଳେଶ୍ୱର / ଅଜିତ କୁମାର : ଏ ଯୁଗରେ ନିଜ କଥା ଛଡା, ଅନ୍ୟ କଥା ପଚାରେ କିଏ । କଥାରେ ଅଛି ନିଜେ ବଚିଂଲେ ବାପାର ନାଁ । ଯେଉଁଠି ମଣିଷ ମଣିଷ କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସୁନାହାନ୍ତି, ସେଠି ପଶୁପକ୍ଷୀ କଥା ପଚାରିବ ବା କିଏ? କିନ୍ତୁ ଏ ଦୁନିଆଁରେ ଏମିତି ମଣିଷ ଅଛନ୍ତି ନିଜ ଅପେକ୍ଷା ସମସ୍ତଙ୍କ କଥା ଚିନ୍ତା କରନ୍ତି । ସେମିତି ଅନେକ ସଂଗଠନ ରହିଛି, ଯେଉଁ ସଂଗଠନର ସଦସ୍ୟ ମାନେ ମଣିଷ ଏବଂ ପଶୀପକ୍ଷୀଙ୍କ ପାଇଁ ବିପଦର ବନ୍ଧୁ ସାଜିଥାନ୍ତି । ସେହିଭଳି ଆଜି ଆମେ ଏମିତି ସଂଗଠନର ସଦସ୍ୟଙ୍କ କଥା କହିବୁ ,ଯିଏ ପକ୍ଷୀଙ୍କ ପାଇଁ ପାଲଟିଛନ୍ତି ଭଗବାନ । ଯାହାଙ୍କୁ ନେଇ ଆମର ସ୍ପେଶିଆଲ ରିପୋର୍ଟ ଥ୍ୟାଙ୍କୁ ଫର ହେଲପ୍
ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ତାପମାତ୍ରା ବଢ଼ିବା ସାଙ୍ଗକୁ ଦେଖା ଦେଉଛି ଘୋର ପାଣି ସମସ୍ୟା ।ଆଉ ଏତିକି ବେଳେ ଜଙ୍ଗଲୀ ପଶୁପକ୍ଷୀଙ୍କ ପାଇଁ ଦେବଦୁତ ସାଜିଚନ୍ତି “ହେଲ୍ପ ଫର ୟୁ ଫାଉଣ୍ଡେସନ” ସ୍ଵେଚ୍ଛାସେବୀ ସଂଗଠନ ର ସଦସ୍ୟ ସଦସ୍ୟା। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ସିମାନ୍ତରେ ଥିବା ଖୁଣ୍ଟା ଜଙ୍ଗଲରେଥିବା ଜଙ୍ଗଲି ପକ୍ଷୀଙ୍କ ପାଇଁ ଛୋଟ ଛୋଟ ମାଟିପାତ୍ର ରେ ଖାଦ୍ୟ ଶସ୍ୟ ଓ ପାଣି ରଖି ଗଛ ରେ ଟାଙ୍ଗୀ ସେମାନଙ୍କ ଭୋକ ଓ ତୃଷା ମେଣ୍ଟାଇବା ପାଇଁ କରିଛନ୍ତି ଉଦ୍ୟମ। ଟିକେ ଭଲଭାବରେ ଦେଖନ୍ତୁ ଏ ଭିଡିଓକୁ, କିପରି ସମସ୍ତେ ମିଶି ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରୁଛନ୍ତି ।
ଆଧୁନିକ ଶିକ୍ଷିତ ସଭ୍ୟ ସମାଜରେ ବାପା ମାଆଙ୍କୁ କିଛି ପିଲା ଅଣଦେଖା କରୁଥିବା ନଜିର ରହିଛି । ଏଠି କିନ୍ତୁ ହେଲ୍ପ ଫର ୟୁ ଫାଉଣ୍ଡସେନ ପକ୍ଷୀଙ୍କର ମେଟାଂଉଛନ୍ତି ଶୋଷ । ଏହି ସଂଗଠନ କେତେ ଯେ ନିରୀହ ସାହରା ହୋଇଛନ୍ତି, ତାହାତ ଆପଣମାନେ ଏମାନଙ୍କ କାର୍ଯ୍ୟକୁ ଦେଖି ବୁଝିପାରୁଥିବେ । ଏବେବି ମଣୀଷ ଗଛ ଲତା ,ଜଙ୍ଗଲ କାଟି କଂକ୍ରିଟ ଜଙ୍ଗଲ ତିଆରି କରିବାରେ ବ୍ୟସ୍ତ । ହେଲେ ନୀରିହ ପଶୁପକ୍ଷୀଙ୍କ ବେଦନା ବୁଖିବା ବା କିଏ । କିନ୍ତୁ ହେଲ୍ପ ଫର ୟୁ ଫାଉଣ୍ଡସେନ ବୁଝିଛି ପକ୍ଷୀଙ୍କ ବେଦନା । ସେଥିପାଇଁ କିଏ ଗଛ ଉପରେ ଚଢି ପାଣି ମାଟିପାତ୍ରକୁ ଟାଙ୍ଗୁଛନ୍ତି ତ ଆଉ କିଏ ତଳେ ରହି ମାଟିପାତ୍ର ବଢାଉ ଦେଉଛନ୍ତି । ଖାଲି ପାଣି ନୁହେଁ ଖାଦ୍ୟ ବି ପକ୍ଷୀଙ୍କ ପାଇଁ ରଖାଯାଇଛି । ଜଙ୍ଗଲ ଜଙ୍ଗଲ ବୁଲି ପକ୍ଷୀଙ୍କ ସାହାରା ହୋଇଛନ୍ତି ଏମାନେ ।ପ୍ରବଳ ଖରା ଝାଞ୍ଜି ରେ କେହି ଘରୁ ବାହାରୁନଥିବା ବେଳେ ସଙ୍ଗଠନ ର ସଦସ୍ୟ ସଦସ୍ୟା ଏକାଠି ହୋଇ ଜଙ୍ଗରେ ବୁଲି ବୁଲି ପକ୍ଷୀଙ୍କ ଖାଇବା-ପିଇବାର ବ୍ୟବସ୍ଥା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏହି ଧାରାରେ ସାମିଲ ହେବାକୁ ନିବେଦନ କରିଛନ୍ତି
ଫାଉଣ୍ଡେନର ସଦସ୍ୟ ସଦସ୍ୟା ମାନେ । ଦେଖନ୍ତୁ ଏହି ପକ୍ଷୀକୁ ସିଏ ବି ବୁଝିଗଲାଣି, ମୋ ପାଇଁ ଏମାନେ ଖାଇବାର ବନ୍ଦବ୍ୟସ୍ତ କରିଛନ୍ତି । ତେଣୁ ସେମାନେ ଗଛରେ ରଖିବା ମାତ୍ରକେ ମୁଁ ଯାଇ ମୋ ଭୋକ ଶୋଷ ମେଟାଂବି । ଦର୍ଶକ ମଣିଷ ଯେମିତି ନିଜ ଖାଇବାରେ ଢିଲା ଦୁର୍ବଳ ହୋଇଯାଏ ,ସେମିତି ଏମାନେ ବି ନିଜ ପେଟର ଭୋକକୁ ଦୂର କରିବା ପାଇଁ ଚାହିଁ ରହିଥାନ୍ତି । ସତରେ ଏ ମଣିଷ ବି ବୁଝିପାରେ ପଶୁପକ୍ଷୀର କଥା । ସେଥିପାଇଁ କେତେବେଳେ ନିଜ ରଖି ଛୁଆ ଭଳି ପାଳନ କରେ ତ ଆଉ କେତେବେଳେ ନିଜ ଛାତ ଉପରେ ଖାଦ୍ୟ ଦେଇ ସେମାନଙ୍କ ଭୋକ ଦୂର କରିଥାଏ । ଯେମିତି ହେଲ୍ପ ଫର ୟୁ ଫାଉଣ୍ଡସେନର ସଦସ୍ୟ ମାନେ ଏକ ନିଆରା ଉପାୟରେ ପକ୍ଷୀଙ୍କ ମାନଙ୍କ ଖରା ଦିନର ସାଥି ହୋଇଛନ୍ତି । ସତରେ ତୁମମାନଙ୍କ କାର୍ଯ୍ୟକୁ ଯିଏ ବି ଦେଖିବ ପ୍ରଶଂସା କରି ରହିପାରିବେ ନାହିଁ । ଖରାରେ ବାହାରକୁ ବାହରିବାକୁ ଇଚ୍ଛା ହେଉନଥିବା ବେଳେ ତୁମମାନେ କିନ୍ତୁ ଖରାକୁ ଖାତିର ନକରି ପକ୍ଷୀମାନଙ୍କ ପାଇଁ ବାପା ମାଆ ସାଜିଛ । ତାହା ସମାଜକୁ ଏକ ବାର୍ତା ଦେଇଛି ନିଶ୍ଚୟ ।