ଚିଲିକା: ଚିଲିକାରେ ଲାଗିଛି ବିଦେଶୀ ପକ୍ଷୀଙ୍କ ଭିଡ । ଏଥିପାଇଁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ଆସନ୍ତା ୪ ତାରିଖ ମଙ୍ଗଳବାର ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହେବ । ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଗଣନାକାର୍ଯ୍ୟ ଚାଲୁ ରହିବ । ସେଥିପାଇଁ ଆଜି ଗଣନାକାରୀମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବାଲୁଗାଁ-ଚନ୍ଦ୍ରାପୁଟ ସ୍ଥିତ ଆଦ୍ର ଭୂମି ପରୀକ୍ଷଣ ସେଣ୍ଟର ପରିସରରେ ପକ୍ଷୀ ବିଶେଷଜ୍ଞମାନେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ବମ୍ବେ ନାଚ୍ୟୁରାଲ ହିଷ୍ଟ୍ରି ଅଫ୍ ସୋସାଇଟିର ଡାଇରେକ୍ଟର ଡାକ୍ତର ବିଭାଷ ପାଣ୍ଡବଙ୍କ ସମେତ ଅଭିଜ୍ଞ ପକ୍ଷୀ ବିଶାରଦମାନେ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ପକ୍ଷୀ ପ୍ରେମୀ, ପକ୍ଷୀ ସୁରକ୍ଷା ବାହିନୀ, ଓୟୁଏଟିର ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ ।