କଟକ/ଜଗନ୍ନାଥ ମହାନ୍ତି: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀ ସୁଧାଂଶୁବାଳା ସାହୁଙ୍କୁ ହାଇକୋର୍ଟରୁ ଆଗୁଆ ଜମିନ ମିଳିଛି। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା ଯୋଗ୍ୟ ଯେ, ବିରଞ୍ଚିଙ୍କୁ ଆୟ ବହିର୍ଭୂତ ସଂପତ୍ତିଠୁଳ ପାଇଁ ପତ୍ନୀ ଓ ସଢୁ ସହାୟତା କରିଥିବା ଅଭିଯୋଗ ରହିଛି। ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସଂପତ୍ତି ଠାବ ହୋଇଥିବା ବେଳେ ସଢୁଙ୍କ ଘରୁ ୧୩ ଲକ୍ଷ ଟଙ୍କା ମିଳିଥିଲା।