ସୁବର୍ଣ୍ଣପୁର / ଓମ୍ ପ୍ରକାଶ ମିଶ୍ର : ଜିଲ୍ଲା ଉଲୁଣ୍ଡା ବ୍ଲକ କୁକିଆ ଠାରେ ଆଜିଠାରୁ ଅନୁଷ୍ଠିତ ଡିୟୁଜ ବଲ ରଘୁନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାପାଇଁ ବିନିକା ସ୍ପୋର୍ଟସ କ୍ଲବ ଅଧିନାୟକ ପ୍ରତାପ କୁମାର ସାହୁଙ୍କ ନେତୃତ୍ୱରେ ୧୪ଜଣିଆ ଖେଳାଳି କ୍ରିକେଟ ସାମଗ୍ରୀ ଧରି ଉଲୁଣ୍ଡା ଗସ୍ତ କରିଛନ୍ତି ।
ମ୍ୟାଚରେ ବିଜୟୀ ସହ ସ୍ପୋର୍ଟସ କ୍ଲବ ର ନାମ ରଖିବାକୁ କ୍ଳବର ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ପୁଟେଲ,ସନ୍ତୋଷ ମହାକୁର, ବୁଲୁ ଦଣ୍ଡିଆ,ସୁନୀଲ ସେଠୀ,ଜିତେନ୍ଦ୍ର ମାହାନା,ଜିତେନ୍ଦ୍ର ମଣ୍ଡଳ ପ୍ରମୁଖ ଅଭିନନ୍ଦନ ଜଣାଇ ବିଦାୟ ଦେଇଥିଲେ ।