ଜଗତସିଂହପୁର / ପ୍ରତାପ କୁମାର ସିଂ : ନାରଦିଆ ନିକଟରେ ଏକ କେନାଲ ପୋଲ ଉପରୁ ବାଇକସହ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ସୂଚନାମୁତାବକ ଆଜି ଦିନ ୧ ଘଟିକା ସମୟରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳ ଗଙ୍ଗାଧରପୁର ଗ୍ରାମର ଶିବପ୍ରସାଦ ମହାରଣା ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତି ବାଇକରେ ଯାଉଥିବା ସମୟରେ ନାରଦିଆ ନିକଟରେ ଏକ କେନାଲର ପୋଲ ଉପରୁ ଭାରସାମ୍ୟ ହରାଇ ବାଇକ ସହ ଖସିପଡ଼ିଥିଲେ । ପରେ ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆଣି ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ମୁଖ୍ୟଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁଶରୀର ବ୍ୟବଛେଦ ପାଇଁ ଅଟକ ରହିଥିବା ଦେଖିବାକୁ ମିଳିଛି ।