ବିଜୁ ଏକ୍ସପ୍ରେସ ୱେ ରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା; ଜଣେ ମୃତ, ଜଣେ ଆହତ

କୋକସରା / ଗଣେଶ ଭାଟି : ବାଇକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ଏଭଳି ଘଟଣା ଘଟିଛି ଆମପାଣି ଥାନା ଅଧୀନସ୍ଥ ରଏନଗୁଡା ବିଜୁ ଏକ୍ସପ୍ରେସ ୱେ ରାସ୍ତା ରେ । ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି ଜ୍ଝ
ସୂଚନା ଅନୁଯାୟୀ, ଧୋବେନ ଚଞ୍ଚରା ଗ୍ରାମର ଦୁଇ କକା ପୁତୁରା ନବରତ୍ନ ନାଗ ଓ ଦୁର୍ୟନ ନାଗ ଚାଉଳ ଆଣିବା ପାଇଁ ରଏନଗୁଡା କୁ ଆସୁଥିବା ବେଳେ ବାଇକ ଦୁର୍ଘଟଣା ହୋଇଥିଲା । ଖବର ପାଇ ଆମପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ଙ୍କୁ ପୋଲିସ ଗାଡି ରେ କୋକସରା ମେଡିକାଲ କୁ ଆଣିଥିବା ବେଳେ ଦୁର୍ୟନ ଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ରହି ଥିବା ବେଳେ ଡାକ୍ତର ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ କିନ୍ତୁ ଦୁର୍ଜନ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।