ସାର ଯୋଗାଣ ଦାବିରେ ବିଜୁ କୃଷକ ଜନତା ଦଳର ଧାରଣା

ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ରାଜ୍ୟରେ ୟୁରିଆ, ଡିଏପି ଏବଂ ଏମଓପି ଆଦି ରାସାୟନିକ ସାରର ଘୋର ଅଭାବ ଦେଖା ଦେଇଥିବାରୁ ବିଜୁ କୃଷକ ଜନତା ଦଳ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କେନ୍ଦ୍ର ସରକାର ଓଡିଶାକୁ ଯଥାଶୀଘ୍ର ରାସାୟନିକ ସାର ଯୋଗାଇ ଦେବାକୁ ଦଳ କରିଛି । ଏପଟେ ବର୍ଷା ନହେବା ଯୋଗୁଁ ମରୁଡି ସମସ୍ୟା, ତା ଉପରେ ୟୁରିଆ ସାରର ଅଭାବ ସମସ୍ୟା । ଏସବୁ ସମସ୍ୟାର ସମାଧାନ ପାଇଁ ଆଜି ବିଜୁ କୃଷକ ଜନତା ଦଳ ଧାରଣା ଦେଇଥିବା ଦେଖିବାକୁ ମିଳିଛି।