ଜଳେଶ୍ଵର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

ଅଜିତ୍  ସାହୁ / ବସ୍ତା: ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ସନ୍ତୋଷପୁର ପଞ୍ଚାୟତ ବେଣାପୁରା  ବାରୁଣୀ ପଡ଼ିଆ ସ୍ଥିତ ମଧୁସୂଦନ କଲ୍ୟାଣ ମୁଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ୨୮ ତମ  ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଞ୍ଚାଷିନ ଅତିଥି ମାନେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଅନାଦି ଦାସ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା  ଜଳେଶ୍ଵର ବିଧାୟକ ଅଶ୍ବନୀ  କୁମାର ପାତ୍ର, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା  ମହିଳା ସଭାପତି ବିନ୍ଦୁ ବାଳା ନନ୍ଦୀ,  ସମ୍ପାଦିକା ଦେବଯାନୀ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁଶୟା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଅନ୍ଵାର ବିବି, ତୁଳସୀ କିସ୍କୁ, ଜଳେଶ୍ଵର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ଜେନା, ଉପାଧ୍ୟକ୍ଷା ସଞ୍ଚିତା ସେନାପତି, ମୁନ୍ସିପାଲଟି ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ,ବସ୍ତା ବ୍ଲକ ଉପାଧ୍ୟକ୍ଷ ଦିଲୀପ କୁମାର ଦାସ ମହାପାତ୍ର , ବିଜେଡି ନେତା ସେକ୍ ଅବଦୁଲ ଗନି, ତପନ ଦାସ, ନନୀ ଗୋପାଲ ଦାସ,  ବିଜୟ କୁମାର କାମିଳା, ସନ୍ତୋଷ ଦାସ ମହାପାତ୍ର, ସଂଗ୍ରାମ ଦାସ ମହାପାତ୍ର , ନଗେନ୍ଦ୍ର କୁମାର ସିଂହ, ମଧୁସୂଦନ ସେନାପତି,ସୁନିଲ ସେନାପତି ପ୍ରମୁଖ ଯୋଗ ଦେଇ ବିଜୁ ବାବୁ, ବିଜୁ ଜନତା ଦଳ ଏବଂ ବିଜେଡି ରାଜ୍ୟ ସଭାପତି ତଥା ପ୍ରାକ୍ତନ  ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ,ଆଦର୍ଶ,  ଲୋକାଭିମୁଖୀ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଆଲୋକପାତ କରିବା ସହିତ  ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାରକୁ ଟାର୍ଗେଟ କରିଥିଲେ। ତେବେ  ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ସରକାର ପାଳନ ନକରିଲେ ରାଜ୍ୟ ବାସୀଙ୍କ ସ୍ବାର୍ଥ ପାଇଁ ବିଜୁ ଜନତା ଦଳ ଲଢେଇ  ଜାରି ରଖିବ ବୋଲି  ମଞ୍ଚଷିନ ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ପଞ୍ଚାୟତ ସଭାପତି, ବିଜେଡି  ସରପଞ୍ଚ, ସମିତି  ସଦସ୍ୟ,ସଦସ୍ୟା, ୱାର୍ଡ ସଭ୍ୟ ସଭ୍ୟା ଯୋଗ ଦେଇ ଥିବା ବେଳେ,ସନ୍ତୋଷପୁର ପଞ୍ଚାୟତ ସରପଞ୍ଚ ସଂଗ୍ରାମ ଦାସ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।